ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ବାତ୍ୟା ଅଞ୍ଚଳ ପରିଦର୍ଶନ କଲା କେନ୍ଦ୍ରୀୟ ଟିମ

ମୟୂରଭଞ୍ଜରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ବାତ୍ୟା ୟସର କ୍ଷୟକ୍ଷତି ଆକଳନ କରିବା ସହ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ । ଅଧିକ ପଢନ୍ତୁ...

By

Published : Jun 8, 2021, 1:00 PM IST

ମୟୂରଭଞ୍ଜରେ ବାତ୍ୟା ଅଞ୍ଚଳ ପରିଦର୍ଶନ କଲା କେନ୍ଦ୍ରୀୟ ଟିମ
ମୟୂରଭଞ୍ଜରେ ବାତ୍ୟା ଅଞ୍ଚଳ ପରିଦର୍ଶନ କଲା କେନ୍ଦ୍ରୀୟ ଟିମ

ବାରିପଦା: ବାତ୍ୟା ଅଞ୍ଚଳ ପରିଦର୍ଶନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ମୟୂରଭଞ୍ଜ ଗସ୍ତ କରିଛନ୍ତି । ଏହି ସମୟରେ ବାତ୍ୟା ୟସ ସମୟରେ ପ୍ରଭାବିତ ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି କେନ୍ଦ୍ରୀୟ ଟିମ୍ । ଜିଲ୍ଲାସ୍ତରୀୟ ପଦାଧିକାରୀଙ୍କ ସହ ବାତ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବା ପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ମୟୂରଭଞ୍ଜରେ ବାତ୍ୟା ଅଞ୍ଚଳ ପରିଦର୍ଶନ କଲା କେନ୍ଦ୍ରୀୟ ଟିମ

ବାତ୍ୟାଞ୍ଚଳ ପରିଦର୍ଶନରେ ଆସିଥିବା ଏହି ଟିମ୍‌ର ନେତୃତ୍ବ ନେଇଛନ୍ତି ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ବର୍ଣ୍ଣୱାଲ । ତାଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ କୈଳାସ କୁମାର, ଶକ୍ତି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପ୍ରଧାନ ଓ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀ ଦିଗାମ୍ବର ସ୍ବାଇଁ ପ୍ରମୁଖ ବାତ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଛନ୍ତି ।

ପ୍ରତିନିଧି ଦଳଙ୍କ ସହ ମୟୂରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ଏସପି ପରାମର ସ୍ମିଥ ପୁରୁଷୋତ୍ତମ ଦାସ ସାମିଲ ଅଛନ୍ତି । କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲାରେ ପହଞ୍ଚି ଖୁଣ୍ଟା, ଗୋପବନ୍ଧୁ ନଗର ଓ ଉଦଳା ବ୍ଲକର ବାତ୍ୟା ଅଞ୍ଚଳ ବୁଲି ଦେଖିଛନ୍ତି । ଅନ୍ୟପକ୍ଷରେ ବାରିପଦା ଠାରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନଙ୍କ ସହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details