ଓଡିଶା

odisha

ୟେସ ବ୍ୟାଙ୍କ ଦୁର୍ନୀତି ଘଟଣା: କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସାମ୍ବାଦିକ ସମ୍ମିଳନୀ

By

Published : Mar 19, 2020, 7:52 PM IST

ୟେସ ବ୍ୟାଙ୍କ ଦୁର୍ନୀତି ଘଟଣା ସାମନାକୁ ଆସିବା ପରେ ଚିନ୍ତାରେ ଥିବା ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍‌ର ଗ୍ରାହକ । ଗ୍ରାହକଙ୍କ ଦ୍ବନ୍ଦ ଦୂର କରିବାକୁ ବ୍ୟାଙ୍କ ପରିଚାଳନା କମିଟିର ସଭାପତି ରାଜକିଶୋର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ...

Central Cooperative Bank Management Committee press meet
ୟେସ ବ୍ୟାଙ୍କ ଦୁର୍ନୀତି ଘଟଣା: କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସାମ୍ବାଦିକ ସମ୍ମିଳନୀ

ବାରିପଦା: ୟେସ ବ୍ୟାଙ୍କ ଦୁର୍ନୀତି ଘଟଣା ସାମନାକୁ ଆସିବା ପରେ ଚିନ୍ତାରେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡର ଗ୍ରାହକ। ଗ୍ରାହକଙ୍କ ଏହି ଦ୍ବନ୍ଦକୁ ଦୂର କରିବାକୁ ଗୁରୁବାର ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ରାଜକିଶୋର ଆଚାର୍ଯ୍ୟଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବ୍ୟାଙ୍କର ସମ୍ମିଳନୀ ଗୃହରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ୟେସ ବ୍ୟାଙ୍କ ଦୁର୍ନୀତି ଘଟଣା: କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସାମ୍ବାଦିକ ସମ୍ମିଳନୀ

ବ୍ୟାଙ୍କ ପରିଚାଳନାର ସମିତିର ସଭାପତି ଆଚାର୍ଯ୍ୟ ସାମ୍ବାଦିକଙ୍କୁ ସୃଷ୍ଟୀକରଣ ଦେଇ ସୂଚାଇଛନ୍ତି ଯେ, ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶ କେବଳ ଅନ୍ୟ ବ୍ୟାଙ୍କର ଚେକ୍ କ୍ଲିୟରିଂ ପାଇଁ ଉଦ୍ଦିଷ୍ଟ ଥିଲା । ଏଥିରେ ଜମାକାରୀଙ୍କ ଟଙ୍କା ରଖିବାରେ ଓ ଉଠାଣରେ କୌଣସି ପ୍ରତିବନ୍ଧକ ନାହିଁ । ଏଥିସହ ଜମାକାରୀଙ୍କ କୌଣସି ଟଙ୍କା ୟେସ ବ୍ୟାଙ୍କରେ ମଧ୍ୟ ଗଚ୍ଛିତ ରଖାଯାଇନାହିଁ । ଗ୍ରାହକଙ୍କର ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ଚେକ୍ କ୍ଲିୟରିଂ ପାଇଁ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଅନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଭିନ୍ନ ବ୍ୟାଙ୍କରେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ୨୬୦ କୋଟି ଟଙ୍କା ଅତ୍ୟନ୍ତ ସୁରକ୍ଷିତ ଭାବରେ ରହିଥିବା ସହିତ ଅଡିଟ୍ ରିପୋର୍ଟ ଅନୁଯାୟୀ ଗତ ବର୍ଷ ବ୍ୟାଙ୍କ ୬.୮୮ କୋଟି ଟଙ୍କା ଲାଭ କରିଛି । ତେଣୁ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ୍‌ର ଗ୍ରାହକ ମାନେ ୟେସ ବ୍ୟାଙ୍କ ଘଟଣାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details