ଓଡିଶା

odisha

ETV Bharat / state

ଭିଡ଼ିଓ ଭାଇରାଲ ପରେ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା - Bankishol Covid Hospital CCTV

ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ଭିଡ଼ିଓ ଭାଇରଲ ହେବା ପରେ ଏବେ ବଦଳିଛି ଚିତ୍ର। ସିସିଟିଭି ଲାଗିବା ସହ ରୋଗୀ ସେବା ଯୋଗାଇ ଦେବା ଭିଡ଼ିଓ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ...

ଭିଡ଼ିଓ ଭାଇରଲ ପରେ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା
ଭିଡ଼ିଓ ଭାଇରଲ ପରେ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା

By

Published : Jun 3, 2021, 8:22 PM IST

ବାରିପଦା: ଜିଲ୍ଲାର ବାଙ୍କୀଷୋଳରେ ଥିବା କୋଭିଡ଼ ହସ୍ପିଟାଲର ଅବ୍ୟବସ୍ଥାର ଭିଡ଼ିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଜିଲ୍ଲାବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ବିଭିନ୍ନ ରାଜନୈତିକ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ପ୍ରତିବାଦ କରିଥିଲେ ।

ଭିଡ଼ିଓ ଭାଇରଲ ପରେ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା

ତେବେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବେ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ସିସିଟିଭି ଲଗାଇଛନ୍ତି। ଅନ୍ୟପକ୍ଷରେ ରୋଗୀଙ୍କୁ ଉନ୍ନତ ସେବା ଯୋଗାଇ ଦିଆଯାଉଥିବା ଏକ ଭିଡ଼ିଓ ମଧ୍ୟ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଭିଡ଼ିଓରେ ଜଣେ ନର୍ସ ରୋଗୀଙ୍କୁ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details