ବାରିପଦା :ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଗୋରୁ ଚୋରାଚାଲଣ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୋଲିସ ପାଟ୍ରୋଲିଂ ସମୟରେ ୧୧୪ ଅଧିକ ଗୋରୁ ସହ ୫ଟି ପିକଅପ ଭ୍ୟାନ ସହ ଜବତ କରିଛି ପୋଲିସ । ଏହାସହ ୬ ଜଣଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ, ରାଜ୍ୟ ବାହାରକୁ ଗୋରୁ ଚୋରା ଚାଲାଣ ନେଇ ପୋଲିସକୁ ଖବର ମିଳିଥିଲା ।
ରାସଗୋବିନ୍ଦପୁର ପୋଲିସ ପାଟ୍ରୋଲିଂ ସମୟରେ ଖବର ପାଇ ସୁବାନଡ଼ିହି ଛକ ନିକଟରେ ଛକି ରହିଥିଲା । ଏହି ସମୟରେ ୫ଟି ପିକଅପ ଭ୍ୟାନରେ ଏକାଧିକ ଗୋରୁ ଚାଲାଣ ହେଉଥିଲେ । ଫଳରେ ପୋଲିସ ଭ୍ୟାନ ଗୁଡିକୁ ଅଟକାଇ ଥିଲା । ଏହାସହ ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ଡ୍ରାଇଭର ଓ ହେଲପର ମିଶି ୬ ଜଣ ଅଟକ ଥିବାବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।