ଓଡିଶା

odisha

ETV Bharat / state

ରାଇରଙ୍ଗପୁରରେ ରଥଯାତ୍ରା: ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ - ଶ୍ରୀଜୀଉଙ୍କ ରଥଯାତ୍ରା

ରାଇରଙ୍ଗପୁରରେ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭକ୍ତିମୟ ପରିବେଶରେ ରଥଯାତ୍ରା ସମ୍ପନ୍ନ ହୋଇଛି ।

ଡିଜାଇନ ଫଟୋ

By

Published : Jul 4, 2019, 10:38 PM IST


ରାଇରଙ୍ଗପୁର: ଆଜି ପବିତ୍ର ଘୋଷଯାତ୍ରା । ରତ୍ନସିଂହାସନ ଛାଡି ଭକ୍ତଙ୍କୁ ନିକଟକୁ ଚାଲି ଆସିଛନ୍ତି ଶ୍ରୀଜୀଉ । ଘଣ୍ଟ , ଶଙ୍ଖ ହୁଳହୁଳି, ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଅଞ୍ଚଳ । ରଥଯାତ୍ରା ପାଇଁ ଲୋକାରଣ୍ୟ ହୋଇଉଠିଥିଲା ରାଇରଙ୍ଗପୁର । ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥିଲା । ଅପରାହ୍ନ ଚାରିଟା ସମୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ବିଧି ପୂର୍ବକ ଛେରାପହଁରା ସମ୍ପନ୍ନ କରିଥିଲେ । ପରେ ଡାହୁକ କୃଷ୍ଣ ବିହାରୀ ମହାନ୍ତିଙ୍କ ସଂଯୋଜନାରେ ରଥରେ ଘୋଡ଼ାଲାଗି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଅପରାହ୍ନ ୫ ଘଟିକା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦା ଓ ବିଜେଡିର ଅନ୍ୟାନ୍ୟ ବରିଷ୍ଠ ନେତା ପ୍ରମୁଖ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ ସଙ୍ଗଠନ ତରଫରୁ ଉପସ୍ଥିତ ଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ, ସରବତ ଓ ପ୍ରସାଦ ବଣ୍ଟନ କରାଯାଇଥିଲା ।

ଏପଟେ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details