ଓଡିଶା

odisha

ETV Bharat / state

ଜଙ୍ଗଲରେ ନିଆଁ: ଧୂଆଁ ଯୋଗୁଁ କାର-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର

ଜଙ୍ଗଲରେ ନିଆଁ, ଧୂଆଁ ଯୋଗୁଁ କାର ସହିତ ଅଟୋ ମୁହାଁମୁହିଁ ଧକ୍କା ୩ ଗୁରୁତର ଜଣେ ଆହତ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ନିକଟ ଜୁଆଳିକଟା- ତାଳପଦା ରାସ୍ତାର ଖେଜୁରିଆ ଜଙ୍ଗଲ ନିକଟରେ ଏକ ଯାତ୍ରୀବାହୀ ଅଟୋ ସହିତ କାର ମୁହାଁମୁହିଁ ଧକ୍କା ହୋଇଛି । ଅଧିକ ପଢନ୍ତୁ...

By

Published : Feb 28, 2021, 9:50 PM IST

car and auto accident in rairangpur 3 injured
ଧୂଆଁ ଯୋଗୁଁ କାର ଅଟୋ ମୁହାଁମୁହିଁ ଧକ୍କା ୩ ଗୁରୁତର

ରାଇରଙ୍ଗପୁର:ଜଙ୍ଗଲରେ ନିଆଁ, ଧୂଆଁ ଯୋଗୁଁ କାର ସହିତ ଅଟୋ ମୁହାଁମୁହିଁ ଧକ୍କା ୩ ଗୁରୁତର ଜଣେ ଆହତ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ନିକଟ ଜୁଆଳିକଟା- ତାଳପଦା ପ୍ରଧାନମନ୍ତ୍ରୀ ରାସ୍ତାର ଖେଜୁରିଆ ଜଙ୍ଗଲ ନିକଟରେ ରବିବାର ଦିନ ପ୍ରାୟ ୧ ଟା ସମୟରେ ଏକ ଯାତ୍ରୀବାହୀ ଅଟୋ ସହ କାରର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁର୍ଘଟଣାରେ ୩ ଜଣ ଗୁରୁତର ହେବା ସହ ଜଣେ ଆହତ ହୋଇଥିଲେ । ଏହାପରେ ସେମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ଧୂଆଁ ଯୋଗୁଁ କାର ଅଟୋ ମୁହାଁମୁହିଁ ଧକ୍କା ୩ ଗୁରୁତର

ସୂଚନାଅନୁଯାୟୀ ଜୁଆଳିକଟା- ତାଳପଦା ରାସ୍ତାର ଖେଜୁରିଆ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ଜଳୁଥିବା ବେଳେ ପବନ ଯୋଗୁଁ ନିଆଁରୁ ଧୂଆଁ ଚାରି ଆଡ଼େ ଖେଳିଯାଇଥିଲା। ଏହି ସମୟରେ ରାଇପଦା ଗ୍ରାମରୁ ଏକ ଅଟୋ ନମ୍ବର ଓଡ଼ି ୦୧ କେ ୬୧୫୨ ଯୋଗେ ୩ ଜଣ ଠାକୁରମୁଣ୍ଡା ବଜାରକୁ ଆସୁଥିବା ବେଳେ ବିପରୀତ ଦିଗରୁ ଠାକୁରମୁଣ୍ଡାରୁ ଜଣେ ବ୍ୟବସାୟୀ ନିଜ କାର ଯୋଗେ ସେହି ରାସ୍ତା ରେ ଯାଉଥିବା ସମୟରେ ଜଙ୍ଗଲରେ ଲାଗିଥିବା ନିଆଁର ଧୂଆଁ ଯୋଗୁଁ ରାସ୍ତା ଦେଖି ପାରିନଥିଲେ। ଫଳରେ ଅଟୋ ସହିତ କାରର ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଧକ୍କା ହୋଇ ଅଟୋରେ ଥିବା ଜଣେ ବାଳିକା ସମ୍ମିତା ନାଏକ (୧୫) ଛିଟିକି ଯାଇ ଜଙ୍ଗଲରେ ଲାଗିଥିବା ନିଆଁରେ ପଡ଼ି ଯାଇଥିଲେ। ଫଳରେ ବାଳିକା ଜଣଙ୍କର ହାତ, ଗୋଡ ଓ ପିଠି ପୋଡି ଯାଇଥିଲା । ସେହିପରି ସୁମତି ମହାରଣା (୨୫) ଓ ପିଣ୍ଟୁ ମହାରଣା (୫) ନାମକ ଶିଶୁର ଅବସ୍ଥା ଗୁରୁତର ଥିବାବେଳେ କାର ଚାଳକ ମମତାଜ ଅଲ୍ଲୀ ଆହତ ହୋଇଛନ୍ତି।

ଖବରପାଇ ଘଟଣାସ୍ଥଳକୁ ଠାକୁରମୁଣ୍ଡା ପୋଲିସ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି । ଗୁରୁତରଙ୍କୁ ଡାକ୍ତର ଆନନ୍ଦପୁର ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ABOUT THE AUTHOR

...view details