ଓଡିଶା

odisha

ETV Bharat / state

ଘର ବାରଣ୍ଡାରେ ବସିଥିଲେ ମହିଳା, ମାଡିଗଲା କାର - ମୟୂରଭଞ୍ଜରେ ମହିଳାଙ୍କ ଉପରେ ଚଢ଼ିଗଲା କାର

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡା ଗ୍ରାମରେ ମହିଳାଙ୍କ ଉପରେ କାର ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

car accident in mayurbhanj
ଘର ବାରଣ୍ଡାରେ ବସିଥିଲେ ମହିଳା, ମାଡିଗଲା କାର

By

Published : Aug 16, 2022, 10:13 PM IST

ବାରିପଦା:ଏମିତି ବି ଆସେ ମୃତ୍ୟୁ । ବନ୍ଧୁ ଘରକୁ ଆସି ବାରଣ୍ଡାରେ ବସିଥିବାବେଳେ ଏକ କାର ଭାରସାମ୍ୟ ହରାଇ ଘର ଭିତରକୁ ପଶିଯାଇଥିଲା । ଫଳରେ ବାରଣ୍ଡାରେ ବସିଥିବା ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁଖଃଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡା ଗ୍ରାମରେ ।

ସୂଚନା ମୁତାବକ, ଚିତ୍ରଡା ଗ୍ରାମର ବ୍ଲକ ଛକ ନିକଟରେ ଥିବା ଲିଟାଇ ହେମ୍ବ୍ରମଙ୍କ ଘର ବାରଣ୍ଡାରେ ଜଣେ ମହିଳା ବନ୍ଧୁ ବସିଥିଲେ । ହଠାତ ଏକ କାର ଦୃତଗତିରେ ମାଡିଆସି ଘର ଭିତରକୁ ପଶି ଯାଇଥିବା ଯୋଗୁଁ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ କ୍ଷୀରପଦା ଗ୍ରାମର ଅକ୍ଷିମଣି ବେହେରା ବୋଲି ଜଣାପଡ଼ିଛି । ତେବେ କାରଟି ସେହି ଚିତ୍ରଡା ଗ୍ରାମର ବୋଲି ସୂଚନା ମିଳିଛି । ଖବର ପାଇ ମୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details