ବାରିପଦା: 24 ଘଣ୍ଟା ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟସେବାର ଦୁଇଟି ବିକଳ ଚିତ୍ର । ପ୍ରଥମେ ଢେଙ୍କାନାଳ ଏବେ ବାରିପଦା । ରାଜ୍ୟରେ ସ୍ବାସ୍ଥ୍ୟସେବା କିଭଳି ଚାଲିଛି ଏହି ଦୁଇଟି ଘଟଣା ତାହା ସ୍ପଷ୍ଟ ଭାବେ ବର୍ଣ୍ଣନା କରୁଛି । ଢେଙ୍କାନାଳରେ ରୋଗୀଙ୍କୁ ସୁଇପର ଇଞ୍ଜେକସନ ଦେବାର କେଇ ଘଣ୍ଟା ନପୁରୁଣୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ କ୍ୟାଣ୍ଟିନ ବଏ ସାଜିଲେ ଡାକ୍ତର ।
ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ରୋଗୀଙ୍କୁ ନର୍ସ ବଦଳରେ କ୍ୟାଣ୍ଟିନରେ କାମ କରୁଥିବା ମହିଳା ଇଞ୍ଜେକସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାରମ୍ବାର ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ହେଉଥିବା ଅଭିଯୋଗ ଆସିବା ପରେ ସଜାଗ ହୋଇପାରୁନାହଁ ମେଡିକାଲ କର୍ତ୍ତୃପକ୍ଷ । ତେବେ ଏଭଳି ଭିଡ଼ିଓରୁ ମେଡିକାଲରେ ରୋଗୀଙ୍କ ପ୍ରତି ଡାକ୍ତର ନର୍ସମାନଙ୍କର କେତେ ଦାୟିତ୍ବ ରହିଛି ତାହା ସୂଚାଉଛି ।