ଓଡିଶା

odisha

ETV Bharat / state

ରାଇରଙ୍ଗପୁର 25ନଂ ଜୋନ ହାତେଇବାକୁ ଚାଲିଛି ଜୋରସୋର କସରତ - ରାଇରଙ୍ଗପୁରରେ ଜମୁଛି ନିର୍ବାଚନ ପ୍ରଚାର

ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି ଗାଁ ରାଜନୀତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ୨୫ ନଂ ଜିଲ୍ଲା ପରିଷଦ ଜୋନରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରଚାର ନେଇ କଡ଼ା ଟକ୍କର ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

candidate campaign for zilla parishad in rairangpur
ରାଇରଙ୍ଗପୁର 25ନଂ ଜୋନ ହାତେଇବାକୁ ଚାଲିଛି ଜୋରସୋର କସରତ

By

Published : Feb 15, 2022, 8:11 PM IST

ରାଇରଙ୍ଗପୁର: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି ଗାଁ ରାଜନୀତି । ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜ ଶୈଳୀରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରସୋର ପ୍ରୟାସ ଜାରି ରଖିଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ୨୫ ନଂ ଜିଲ୍ଲା ପରିଷଦ ଜୋନରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରଚାର ନେଇ କଡ଼ା ଟକ୍କର ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲାର ୨୫ ନଂ ଜିଲ୍ଲା ପରିଷଦ ଜୋନ ୫ଟି ଗ୍ରାମପଞ୍ଚାୟତର ୮୧ଟି ୱାର୍ଡ଼ର ୩୪'୪୮୧ ଭୋଟରଙ୍କ ଦ୍ଵାରା ଗଠିତ। ଚଳିତ ନିର୍ବାଚନରେ ୨୫ ନଂ ଜୋନ ଜିଲ୍ଲା ପରିଷଦ ପଦ ହାତେଇବାକୁ ନିର୍ବାଚନ ମଇଦାନରେ ପାଞ୍ଚ ଜଣ ପ୍ରାର୍ଥୀ ରହିଛନ୍ତି।

ରାଇରଙ୍ଗପୁର 25ନଂ ଜୋନ ହାତେଇବାକୁ ଚାଲିଛି ଜୋରସୋର କସରତ

ଶାସକ ଦଳ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ଉନ୍ନୟନମୂଳକ କାର୍ଯ୍ୟ ଦ୍ବାରା ଅଞ୍ଚଳର ବିକାଶ ପ୍ରତିଶୃତି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବାରେ କଡ଼ା କସରତ କରୁଛନ୍ତି। ଘରକୁ ଘର ବୁଲି ନିଜ ସମର୍ଥକଙ୍କ ସହ ଭୋଟ ଭିକ୍ଷା କରୁଛନ୍ତି। ତେବେ ନିର୍ବାଚନରେ ଶାସକ ଦଳ ଆସନ ହାତେଇବା ନେଇ ଦୃଢ ବିଶ୍ବାସ ରଖିଥିବା ପ୍ରକାଶ କରିଛନ୍ତି। ସେହିପରି ବିଜେପି ଓ କଂଗ୍ରେସ ନିଜ ସମର୍ଥକଙ୍କୁ ସହ ଘରକୁ ଘର ବୁଲି ଭୋଟରଙ୍କ ମନ ଜିଣିବାକୁ ଦୃଢ଼ କସରତ କରୁଛନ୍ତି। ତୃଣମୂଳ ସ୍ତରରେ ଅଞ୍ଚଳର ବିକାଶ ଏବଂ ଗ୍ରାମାଞ୍ଚଳ ଗୁଡିକରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନକୁ ମୁଖ୍ୟ ଲକ୍ଷ୍ୟ କରି ପ୍ରାର୍ଥୀମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେହିପରି ଜେଏମଏମ (ଝାରଖଣ୍ଡ ମୁକ୍ତି ମୋର୍ଚ୍ଚ) ଦଳ ପକ୍ଷରୁ ମଧ୍ୟ ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ଲଢୁଛନ୍ତି। ଅଞ୍ଚଳର ବିକାଶ ସହ ଆଦିବାସୀଙ୍କ ସ୍ବାର୍ଥ ଏବଂ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଦିଗରେ ସ୍ବର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଘରକୁ ଘର ବୁଲି ପ୍ରଚାର ଜାରି ରଖିଛନ୍ତି।

ଗତ ୨୦୧୭ମସିହା ପଞ୍ଚାୟତ ନିର୍ବାଚନରେ ବିଜେପି ଦଳ ୨୫ ନଂ ଜୋନକୁ ହାତେଇ ଥିବାବେଳେ ଚଳିତ ନିର୍ବାଚନରେ ଜନତା କାହା ସପକ୍ଷରେ ମତଦାନ କରିଛନ୍ତି ତାହା ଫଳାଫଳ ଆସିଲେ ଜଣାପଡ଼ିବ ବୋଲି ଜୋନବାସୀ କହିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details