ବାରିପଦା: ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲ ହସ୍ପିଟାଲ(Tata Memorial Hospital) କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୋଲିବାକୁ ଯାଉଛି କର୍କଟ ରୋଗ ନିରୂପଣ ଓ ଚାକିତ୍ସା କେନ୍ଦ୍ର(Cancer Diagnosis and Treatment Center) । ଏଣିକି ମୟୂରଭଞ୍ଜ ଜିଲ୍ଲାର କର୍କଟ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବନି ।
ଏହା ମଧ୍ୟ ପଢନ୍ତୁ: ସୋନିଆ ଗାନ୍ଧୀ ଯାହାକୁ ଚାହିଁବେ ସେ ସଭାପତି ହେବେ: କଂଗ୍ରେସ ବିଧାୟକ
PRMରେ ଖୋଲିବ କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଟାଟା ମେମୋରିଆଲ ହସ୍ପିଟାଲ(Tata Memorial Hospital) କର୍ତୃପକ୍ଷଙ୍କ ସହିତ ଏମଓୟୁ(MOU) ହୋଇସାରିବା ପରେ ଗୁରୁବାର ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ କର୍କଟ ରୋଗ ବିଶେଷଜ୍ଞ ଡକ୍ଟର ସୁଭର୍ଣ୍ଣା କର ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କନସୋଲଟାଣ୍ଡ ଲଳିତ ମୋହନ ସାହୁ ଉଭୟ ବାରିପଦା ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କର୍ତୃପକ୍ଷଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ବିଶେଷଜ୍ଞ ଦଳ ହସ୍ପିଟାଲରେ ଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା ଵୁଲି ଦେଖିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଖୁବ୍ ଶୀଘ୍ର ଏହି ଚିକିତ୍ସା ସୁବିଧା ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟକାରୀ ହେବ ଏବଂ ପ୍ରଥମ ପର୍ଯ୍ୟାୟରେ ୧୦ ଟି ବେଡ଼ର ବ୍ୟବସ୍ଥା ରଖାଯିବା ନେଇ ସୂଚନା ରହିଛି ।
ଇଟିଭି ଭାରତ, ମୟୂରଭଞ୍ଜ