ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ଡ୍ରେନକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ - ଡ୍ରେନକୁ ଖସିଲା ବସ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଡ୍ରେନକୁ ଖସିଯାଇଥିବା ବେଳେ ବସ ଭିତରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ଡ୍ରେନକୁ ଖସିଲା ବସ , ଅଳ୍ପକେ ବର୍ତ୍ତିଲେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ
ଭାରସାମ୍ୟ ହରାଇ ଡ୍ରେନକୁ ଖସିଲା ବସ , ଅଳ୍ପକେ ବର୍ତ୍ତିଲେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ

By

Published : Sep 24, 2022, 10:23 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଡ୍ରେନକୁ ଖସିଲା ବସ । ହେଲେ ବସ ଭିତରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ସମୟରେ ଖୁବ ଦ୍ରୁତ ଗତିରେ ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ମଧୁସ୍ମିତା ନାମକ ଏକ ଘରୋଇ ବସ ମହୁଭଣ୍ଡାର ଛକ ନିକଟରେ ନିୟନ୍ତ୍ରଣ ହରାଇ ଜାତୀୟ ରାଜପଥରେରେ ଥିବା ଡିଭାଇଡର ଡ୍ରେନ ଭିତରକୁ ଖସି ଯାଇଥିଲା ।

ତେବେ ସୌଭାଗ୍ୟବଶତଃ ବସ ମଧ୍ୟରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ବିଶୋଇ ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ତେବେ ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।

ଏହା ପ୍ରଥମ ନୁହେଁ ଆଗରୁ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଛି । ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଦ୍ବାରଶୁଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଯାତ୍ରୀବାହୀ ଅଟୋକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

ସୂଚନାମୁତାବକ, ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ବିଶୋୟୀର ଦୋପଟ୍ଟା ଗାଁରୁ ଶୁଳିଆପଦା ଅଭିମୁଖେ ଏକ ଅଟୋରେ ୧୨ ଜଣ ଯାଉଥିଲେ । ସେମାନଙ୍କ ମଧ୍ୟରେ ୪ ଜଣ ମହିଳା, ୪ ଜଣ ପୁରୁଷ ଓ ୪ ଜଣ ୧୦ରୁ ୧୨ ବର୍ଷ ମଧ୍ୟରେ ପିଲା ଥିଲେ। ସେମାନେ ଅଟୋରେ ବାଙ୍ଗିରିପୋଷି ଘାଟିରେ ଓହ୍ଲାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଅଟୋକୁ ପଛ ପଟୁ ଧକ୍କା ଦେଇଥିଲା ।

ସେହିପରି ବାଙ୍ଗିରିପୋଷି ଥାନା ମା’ ଦ୍ବାରଶୁଣି ଘାଟିରେ ପୁଣି ଆଉ ଏକ ଦୁର୍ଘଟଣା ଘଟିଥିଲା । ଏକ ପିଆଜ ବୋଝେଇ ଟ୍ରକ ଘାଟିରେ ଭାରସାମ୍ୟ ହରାଇ ବଲେରୋ ଉପରେ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣ ଆହତ ହୋଇଥିଲେ । ଗୁରୁତର ବ୍ୟକ୍ତିଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ବାରଶୁଣି ଘାଟି ଦେଇ ଏକ ପିଆଜ ବୋଝେଇ ଟ୍ରକ ନାସିକରୁ କଲିକୋତା ଅଭିମୁଖେ ଯାଉଥିଲା । ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ବଲେରୋ ଉପରେ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ବଲେରୋରେ ଥିବା ଚାରି ଜଣ ଯାତ୍ରୀ ଆହାତ ହୋଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details