ଓଡିଶା

odisha

ETV Bharat / state

ଦରମା ବୃଦ୍ଧି ଦାବିରେ ଅମଲା କର୍ମଚାରୀଙ୍କ କଳାବ୍ୟାଚ ପରିଧାନ, ଦାବି ପୂରଣ ନହେଲେ କଲମଛାଡ ଆନ୍ଦୋଳନ - ଅମଲା କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟକଲେ ଅମଲା କର୍ମଚରୀ । ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବାକୁ ଦେଲେ ଚେତାବନୀ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By

Published : May 23, 2023, 7:32 AM IST

ଦରମା ବୃଦ୍ଧି ଦାବିରେ ଅମଲା କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

ବାରିପଦା:ସୋମବାରଠାରୁ କଳାବ୍ୟାଚ ପରିଧାନ କଲେ ଅମଲା କର୍ମଚାରୀ । ଦରମା ବୃଦ୍ଧି ଦାବିରେ ଜିଲ୍ଲାସ୍ତରୀୟ ଅମଲା କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରିଛନ୍ତି । ଜିଲ୍ଲା ମିଳିତ ଅମଲା ମଞ୍ଚ, ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ଅମଲା ଆଜିଠାରୁ କଳା ବ୍ୟାଜ ପରିଧାନ କରି ତହସିଲ ଅଫିସ ସମ୍ମୁଖରେ ନାରା ଦେଇଥିଲେ । ଦରମା ବୃଦ୍ଧିକୁ ନେଇ ପୂର୍ବରୁ ସେମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ହେଲେ ଏ ଦିଗରେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ଧ୍ୟାନ ଦିଆଯାଇ ନଥିଲା । ଫଳରେ ଜିଲ୍ଲା ମିଳିତ ଅମଲା ମଞ୍ଚର ଆହ୍ୱାନ କ୍ରମେ ଦାବି ପୂରଣ ପାଇଁ ଅମଲା କର୍ମଚାରୀମାନେ କଳାବ୍ୟାଚ ପରିଧାନ ପୂର୍ବକ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଜିଲ୍ଲା ମିଳିତ ଅମଲା ମଞ୍ଚ ଆବାହକ ଅସିତ କୁମାର ମହାକୁଡ କହିଛନ୍ତି, "ଏପ୍ରିଲ ୨୧ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇବାରୁ ଚଳିତ ମାସ ୧ ତାରିଖ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ସରକରାଙ୍କ ପକ୍ଷରୁ କୌଣସି ପ୍ରତି ଉତ୍ତର ନପାଇ କଳାବ୍ୟାଚ୍ ପରିଧାନ କରାଯାଇଛି । କନିଷ୍ଠ ସହାୟକଙ୍କ ମୂଳ ଦରମା ୪୨୦୦ଟଙ୍କା ଗ୍ରେଡକୁ ବୃଦ୍ଧି କରାଯାଉ । ଲେବେଲ ୪ରୁ ଲେବେଲ-୯କୁ ବୃଦ୍ଧି କରାଯାଉ । ସରକାର ଦାବି ପୂରଣ ନକଲେ ବାଧ୍ୟ ହୋଇ ଜୁନ ୧ରୁ ଅମଲା ସମୂହ ଛୁଟିରେ ଯିବୁ । ଏହାକୁ ନେଇ ଜନ ସାଧାରଣଙ୍କ ସାହଯୋଗ ଲଡିଛି ଅମଲା ସଂଘ ।"

ଏହି ଆନ୍ଦୋଳନରେ ମିଳିତ ଅମଲା ମଞ୍ଚ କାର୍ଯ୍ୟକର୍ତ୍ତାଙ୍କ ସମେତ ଓଡ଼ିଶା ରାଜସ୍ଵ ଅମଲା ସଂଘ କର୍ମକର୍ତ୍ତା, ଓଡ଼ିଶା ଟ୍ରେଜେରୀ ସଂଘ କର୍ମକର୍ତ୍ତାଙ୍କ ସମେତ ଓଡ଼ିଶା ସବ୍‌ ରେଜିଷ୍ଟ୍ରାର ସଙ୍ଘ ଏହାକୁ ସମର୍ଥନ ଜଣାଇଛି । ରାଜ୍ୟ ସଙ୍ଘ ଆହ୍ୱାନ କ୍ରମେ ଶତାଧିକ ସରକାରୀ କର୍ମଚାରୀ କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କରିଛନ୍ତି । ଜିଲ୍ଲାର ସମସ୍ତ ଅମଲା କର୍ମଚାରୀ ନିଜନିଜ କାର୍ଯ୍ୟାଳୟରେ କଳା ବ୍ୟାଜ ପରିଧାନ କରିଥିବା ବେଳେ ରାଇରଙ୍ଗପୁରରେ ରାଇରଙ୍ଗପୁର ବ୍ଲକର ଉପ ବିଭାଗୀୟ ଅଧିକାରୀ ରାମାକାନ୍ତ ପଣ୍ଡା, ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଅମଲା ଚାମ୍ବୃ ଚରଣ ବେଶ୍ରା, ପ୍ରସାଦ ବେହେରା, ବରିଷ୍ଠ ଅମଲା ରଞ୍ଜିତ ରଜକ, ସିପିକା ମହାନ୍ତ ତଥା କନିଷ୍ଠ ଅମଲା ଗୌରୀଶଙ୍କର ସାମନ୍ତରାୟ, କଳାବ୍ୟାଚ ପରିଧାନ କରିଥିଲେ । ସମସ୍ତ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ସମସ୍ତ କାର୍ଯ୍ୟ ଠପ କରି ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details