ରାଇରଙ୍ଗପୁର : ପ୍ରେମିକା ଘର ଦୁଆରେ ପ୍ରେମିକର ଆତ୍ମହତ୍ୟା । ପ୍ରେମିକାକୁ ଦେଖା ନ କରି ପାରି ବିଷ ପିଇଦେଲା ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ମୟୂରଭଞ୍ଜ କରଞ୍ଜିଆ ବଜାର ଅଞ୍ଚଳରେ ରହୁଥିବା ଜନୈକ ମୁସଲମାନ ସମ୍ପ୍ରଦାୟର ଝିଅକୁ ସେହି ସମ୍ପ୍ରଦାୟର ପୁଅ ଦୀର୍ଘ ଦିନ ଧରି ଭଲ ପାଉଥିଲେ । ବହଡାଗୁଡା ଅଞ୍ଚଳର ସାହିଲ ନାମକ ଯୁବକ ମଙ୍ଗଳବାର ସନ୍ଧ୍ୟା ସମୟରେ କରଞ୍ଜିଆରେ ରହୁଥିବା ପ୍ରେମିକାକୁ ଦେଖା କରିବା ପାଇଁ ଆସିଥିଲେ । ହେଲେ ଝିଅର ଘରଲୋକେ ପୁଅକୁ ଏଥିରୁ ବାରଣ କରିବାରୁ ପ୍ରେମିକାର ଦୁଆରେ ହିଁ ପ୍ରେମିକ ସାହିଲ ଫିନାଇଲ ଓ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ।