ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଇକବାଲ ଦୁରାନୀ - ଝରାଡ଼ିହି ଗସ୍ତରେ ଇକବାଲ ଦୁରାନୀ

ମୟୂରଭଞ୍ଜର ଝରାଡ଼ିହି ଗସ୍ତରେ ବଲିଉଡ଼ର ସୁନାମଧନ୍ୟ ଫିଲ୍ମ ନିର୍ଦ୍ଦେଶକ ଡଃ ଇକବାଲ ଦୁରାନୀ । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ବଲିଉଡ଼ର ଫିଲ୍ମ ନିର୍ଦ୍ଦେଶକ ଡ଼ଃ ଇକବାଲ ଦୁରାନୀ
ମୟୂରଭଞ୍ଜରେ ବଲିଉଡ଼ର ଫିଲ୍ମ ନିର୍ଦ୍ଦେଶକ ଡ଼ଃ ଇକବାଲ ଦୁରାନୀ

By

Published : Dec 10, 2021, 7:57 PM IST

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲାର ବଦଳଦା ଝରାଡ଼ିହି ଗସ୍ତରେ ବଲିଉଡ଼ର ସୁନାମଧନ୍ୟ ପ୍ରଚ୍ଛଦପଟ୍ଟ ଲେଖକ ତଥା ଫିଲ୍ମ ନିର୍ଦ୍ଦେଶକ ଡ଼ଃ ଇକବାଲ ଦୁରାନୀ । ଝାଡ଼ଖଣ୍ଡ ଅଞ୍ଚଳର ଘାଟଶିଲା ନାମକ ସ୍ଥାନର ଘାଟଶିଲା ଶୀର୍ଷକରେ ଆଦିବାସୀଙ୍କ ଉପରେ ସେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ଅତି ନିକଟରେ ଆରମ୍ଭ ହେବାକୁ ଯାଉଥିବା ବେଳେ ସେ ଏହି ଗସ୍ତ କରିଛନ୍ତି ।

ମୟୂରଭଞ୍ଜରେ ବଲିଉଡ଼ର ଫିଲ୍ମ ନିର୍ଦ୍ଦେଶକ ଡ଼ଃ ଇକବାଲ ଦୁରାନୀ

ଇକବାଲ "ଗାନ୍ଧୀ ସେ ପେହଲେ ଗାନ୍ଧୀ" ନାମକ ଶୀର୍ଷକରେ ସ୍ବାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ଉପରେ ଅନ୍ତଃରାଷ୍ଟ୍ରୀୟ ସ୍ତରର ଫିଲ୍ମ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଉଭୟ ଫିଲ୍ମରେ ମୁମ୍ବାଇ କଳାକାରଙ୍କ ସହ ଝାଡ଼ଖଣ୍ଡ ଓ ଓଡ଼ିଶାର ଆଦିବାସୀ କଳାକାର ମାନଙ୍କୁ ନେଇ ଏହି ଦୁଇ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଅଲ୍ ଇଣ୍ଡିଆ ସାର୍ନା ଧରମ୍ ଚେମେଦ୍ ଆଶ୍ଳା' ଅନୁଷ୍ଠାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଡଃ ଦୁରାନୀ ଏହା ପ୍ରକାଶ କରିଛନ୍ତି ।

ଝରାଡ଼ିହି ସ୍ଥିତ ଏହି କାର୍ଯ୍ୟକ୍ରମରେ ଡଃ ଇକବାଲ ଦୁରାନୀ ଅତିଥି ଭାବେ ପହଞ୍ଚିଥିବା ବେଳେ ସାର୍ନା ଧରମ ଚେମେଦ୍ ଆଶ୍ଳା ସଦସ୍ୟ ମାନଙ୍କ ଦ୍ବାରା ଆଦିବାସୀ ପାରମ୍ପରିକ ବାଦ୍ୟ ନୃତ୍ୟର ତାଳ ସହିତ ତାଙ୍କୁ ସ୍ବାଗତ କରାଯାଇଥିଲା । ଅନୁଷ୍ଠାନରେ ସାଂସ୍କୃତିକ, ପାରମ୍ପାରିକ ତଥା ବିଭିନ୍ନ ପୂଜା ପର୍ବ ପାଳନ ବିଧି ଉପରେ ଝାଡ଼ଖଣ୍ଡ, ଓଡି଼ଶା ତଥା ଆସାମର ସାର୍ନା ଧର୍ମାବଲମ୍ବୀ ଆଦିବାସୀ ସଦସ୍ୟଙ୍କୁ ନେଇ ପ୍ରଶିକ୍ଷଣ ରୀତିମତ ଆୟୋଜିତ ହୋଇ ଆସୁଛି । ତେବେ ଧାନ ଅମଳ ଶେଷରେ 'ଧାନ କୋଳେଇ ଆଣିବା' (ଇରସିଦ୍) ବିଧି ଉପରେ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ୨ୟ ଦିନରେ ଡଃ ଇକବାଲ ଅତିଥି ଭାବେ ଯୋଗଦାନ କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details