ଓଡିଶା

odisha

ETV Bharat / state

ମୂଲ୍ୟବାନ କାଠଗଣ୍ଡି ସହିତ ବୋଲେରୋ ଜବତ,  ଚମ୍ପଟ ମାରିଲା ଡ୍ରାଇଭର - Bolero and valuable timber seize by karanjia police

ମୂଲ୍ୟବାନ କାଠଗଣ୍ଡି ସହିତ ବୋଲେରୋ ଜବତ, ଡ୍ରାଇଭର ଚମ୍ପଟ । କରଞ୍ଜିଆ ପୋଲିସ ପେଟ୍ରୋଲିଂ ବେଳେ ଚୋରାଚାଲାଣ କରୁଥିବାବେଳେ ବୋଲେରୋକୁ ଧରିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଅଧିକ ପଢନ୍ତୁ...

ମୂଲ୍ୟବାନ କାଠଗଣ୍ଡି ସହିତ ବୋଲେରୋ ଜବତ, ଡ୍ରାଇଭର ଚମ୍ପଟ
ମୂଲ୍ୟବାନ କାଠଗଣ୍ଡି ସହିତ ବୋଲେରୋ ଜବତ, ଡ୍ରାଇଭର ଚମ୍ପଟ

By

Published : Aug 21, 2020, 7:53 PM IST

ରାଇରଙ୍ଗପୁର: ମୂଲ୍ୟବାନ କାଠଗଣ୍ଡି ସହିତ ବୋଲେରୋ ଜବତ । କରଞ୍ଜିଆ ପୋଲିସ ପେଟ୍ରୋଲିଂ ବେଳେ ଚୋରାଚାଲାଣ କରୁଥିବାବେଳେ ବୋଲେରୋକୁ ଧରିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ।

ମୂଲ୍ୟବାନ କାଠଗଣ୍ଡି ସହିତ ବୋଲେରୋ ଜବତ, ଡ୍ରାଇଭର ଚମ୍ପଟ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ମାଣ୍ଡୁଆ ଗ୍ରାମ ନିକଟରେ ଏକ ନମ୍ବର ବିହୀନ ବୋଲେରୋ ଗାଡିକୁ କରଞ୍ଜିଆ ଥାନା ଅଧିକାରୀ ସରୋଜିନୀ ସିଂ ସନ୍ଦେହରେ ଅଟକାଇଥିଲେ। ଗାଡ଼ିରେ କାଠ ଗଣ୍ଡି ଥିବା ଦେଖି କରଞ୍ଜିଆ ବନାଞ୍ଚଳ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ଏହି ସମୟରେ ସୁଯୋଗ ଦେଖି ଗାଡି ଡ୍ରାଇଭର ସଂଙ୍ଗେ ସଂଙ୍ଗେ ଗାଡିକୁ ଛାଡି ଚମ୍ପଟ ମାରିଥିଲେ । ଖବର ପାଇ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ବୋଲେରୋ ଗାଡି ସହିତ ମୂଲ୍ୟବାନ କାଠ ଗଣ୍ଡି ଗୁଡିକୁ ଜବତ କରିଛନ୍ତି।

କାଠ ଗଣ୍ଡି ଗୁଡିକର ଆନୁମାନିକ ମୂଲ୍ୟ 50 ହଜାର ହେବ ବୋଲି କରଞ୍ଜିଆ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ମୂଲ୍ୟବାନ କାଠ ଗଣ୍ଡି ଏବଂ ବୋଲେରୋ ଗାଡିକୁ ଜବତ କରି କରଞ୍ଜିଆ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ତଦନ୍ତ ଜାରି ରଖିଛି କରଞ୍ଜିଆ ବନବିଭାଗ।

ରାଇରଙ୍ଗପୁରରୁ ସଞ୍ଜୟକୁମାର ପରିଡା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details