ଓଡିଶା

odisha

ETV Bharat / state

Block Chairmen Election: ରାଇରଙ୍ଗପୁରରେ ୫ ବିଜେଡ଼ି, ଗୋଟିଏ ବିଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କ କବ୍ଜାରେ ୧ - ରାଇରଙ୍ଗପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ରାଇରଙ୍ଗପୁରରେ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ କସରତ ଚଳାଇଥିଲେ । ତେବେ ରାଇରଙ୍ଗପୁରରେ ୫ବିଜେଡ଼ି, ଗୋଟିଏ ବିଜେପି ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ବ୍ଲକକୁ ନିଜ ଅକ୍ତିଆରରେ ରଖିବାରେ ସଫଳ ହୋଇଛି ।

Block Chairmen Election: ରାଇରଙ୍ଗପୁରରେ ୫ବିଜେଡ଼ି, ଗୋଟିଏ ବିଜେପି ଓ ସ୍ବାଧୀନ ପ୍ରାର୍ଥୀ କବ୍ଜାରେ ୧
Block Chairmen Election: ରାଇରଙ୍ଗପୁରରେ ୫ବିଜେଡ଼ି, ଗୋଟିଏ ବିଜେପି ଓ ସ୍ବାଧୀନ ପ୍ରାର୍ଥୀ କବ୍ଜାରେ ୧

By

Published : Mar 13, 2022, 10:05 AM IST

ରାଇରଙ୍ଗପୁର: ଶନିବାର ବିଭିନ୍ନ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ରାଇରଙ୍ଗପୁରରେ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ କସରତ ଚଳାଇଥିଲେ । ରାଇରଙ୍ଗପୁର ଉପଖଣ୍ଡର ସାତୋଟି ବ୍ଲକ ଯଥା ରାଇରଙ୍ଗପୁର, ବହଳଦା, ତିରିଂ, ଜାମଦା, ବିଶୋଇ, ବିଜାତଳା ଓ କୁସୁମୀ ବ୍ଲକ ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ତେବେ ରାଇରଙ୍ଗପୁର ଉପଖଣ୍ଡର ସାତଟି ବ୍ଲକରୁ ପାଞ୍ଚଟି ବ୍ଲକ ଯଥା ରାଇରଙ୍ଗପୁର, ବିଶୋଇ, ବିଜାତଳା, କୁସୁମୀ ଓ ଜାମଦା ବ୍ଲକରେ ଅଧ୍ୟକ୍ଷ ପଦ ବିଜେଡ଼ି ହାତେଇଥିବା ବେଳେ ବହଳଦା ବ୍ଲକରେ ବିଜେପି ଓ ତିରିଙ୍ଗ ବ୍ଲକରେ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦ ହାତେଇଛନ୍ତି। ତେବେ ବିଜେଡ଼ି ପକ୍ଷରୁ ରାଇରଙ୍ଗପୁର ବ୍ଲକରେ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବିଜାତଳା ବ୍ଲକରେ ରାଣୀ ମୁର୍ମୁ ଓ ଜାମଦା ବ୍ଲକରେ ଦୁମକା ହେମ୍ବ୍ରମ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି ।

ଅନ୍ୟପଟେ ବିଶୋଇ ବ୍ଲକରେ ବିଜେଡ଼ି ପକ୍ଷରୁ ତୁଳସୀ ଶିକ୍ରି ହାଁସଦା ଜେଏମଏମ ପ୍ରାର୍ଥୀନୀଙ୍କ ଠାରୁ ୫ଟି ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି ଓ କୁସୁମୀ ବ୍ଲକରେ ମାନ୍ଦେ ପୂର୍ତ୍ତି ସ୍ବାଧିନ ପ୍ରାର୍ଥୀଙ୍କ ଠାରୁ ୨ଟି ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ବିଜେପି ପକ୍ଷରୁ ବହଳଦା ବ୍ଲକରେ ଦୀପାଞ୍ଜଳି ସିଂ ବିଜେଡ଼ି ଠାରୁ ଗୋଟିଏ ଭୋଟରେ ବିଜୟୀ ହୋଇଥିବା ବେଳେ ତିରିଙ୍ଗ ବ୍ଲକରେ ପରମେଶ୍ୱର ସାମାଡ଼ ସ୍ବାଧିନ ପ୍ରାର୍ଥୀ ଭାବେ ୨ଟି ଭୋଟରେ ବିଜୟୀ ହୋଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details