ବାରିପଦା: ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କୋରୋନା ପାଇଁ ବନ୍ଦ ରହିଛି ସ୍କୁଲ ଓ କଲେଜ । ଗତ ମାର୍ଚ୍ଚ ମାସରୁ କୋରୋନା ପାଇଁ ସବୁ ସ୍କୁଲ କଲେଜ ବନ୍ଦ ଥିବାବେଳେ ଦୃଷ୍ଟିହୀନ ଓ ବଧିର ପିଲାମାନଙ୍କ ସ୍ବତନ୍ତ୍ର ବିଦ୍ୟାଳୟ ମଧ୍ୟ ବନ୍ଦ ରହିଛି । ମୟୁରଭଞ୍ଜ ଜିଲ୍ଲା ବାରିପଦା ଲକ୍ଷ୍ମୀପୋଷିରେ ଥିବା ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଥିବା ବିଦ୍ୟାଳୟ ମଧ୍ୟ କୋରୋନା ପ୍ରହାରରୁ ବାଦ ପଡିନି । ଦୀର୍ଘ 9ମାସରୁ ଉର୍ଦ୍ଧ୍ବ ଧରି ସ୍କୁଲ ବନ୍ଦ ରହିବା ଫଳରେ, କେମିତି ଏଭଳି ସ୍ଥିତିରେ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଚାଳିଛି ସେନେଇ ସ୍ଥିତି ପରଖିଛି ଇଟିଭି ।
ବାରିପଦାରେ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍କୁଲରେ ପାଠ ପଢ଼ନ୍ତି ରାଜ୍ୟ ତଥା ପୋଡ଼ାଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡର ୨୦୦ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀ। ତେବେ ମହାମାରୀ କୋରୋନା ପାଇଁ ଏବେ ବନ୍ଦ ରହିଛି ସ୍କୁଲ। ସ୍କୁଲ କର୍ତ୍ତୃପକ୍ଷ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀ ପାଇଁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି।