ଓଡିଶା

odisha

ETV Bharat / state

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ, ତିନି ଗିରଫ - ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ । ପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଧୀନ ମାନବୀର ଚଟାଣୀ ସାହିରେ। ପରେ 3 ଆକ୍ରମଣକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

black majic suspected deadly attack on old man, three arrested
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ, ତିନି ଗିରଫ

By

Published : May 14, 2020, 11:44 AM IST

ରାଇରଙ୍ଗପୁର: ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଧୀନ ମାନବୀର ଚଟାଣୀ ସାହିରେ। ଅଭିଯୋଗ ଅନୁଯାୟୀ ମାନବିର ଗ୍ରାମର ସେଖ ତାହିଦଙ୍କ ସ୍ତ୍ରୀଙ୍କ ଜ୍ବର ଛାଡୁ ନଥିବାରୁ ସେହି ଗ୍ରାମର ତଥା ତାଙ୍କ ପଡୋଶୀ ସୁରେନ୍ଦ୍ର ପାତ୍ରଙ୍କ ସ୍ତ୍ରୀ କମଳା ପାତ୍ରଙ୍କୁ ଝଡାଫୁଙ୍କା କରିବା ପାଇଁ ଘରକୁ ଡାକିଥିଲେ।

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ, ତିନି ଗିରଫ

ତେବେ କମଳା ପାତ୍ର ଝଡାଫୁଙ୍କା କରିବା ପାଇଁ ମନା କରିବାରୁ ଗୁଣିଗାରେଡ଼ି କରିଥିବା ସନ୍ଦେହରେ ସେଖ ତାହିଦ, ତାଙ୍କ ପୁଅ ସେଖ ମୁଜାଫର ଓ ଅନ୍ୟ ମାନେ ମିଶିକି ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ କମଳା ପାତ୍ରଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବାରିପଦା ପିଆରଏମ ଓ ସେଠାରୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରିଥିଲେ।

ଏ ନେଇ ପରିବାର ତରଫରୁ ଯାମଦା ଥାନାରେ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ସେଖ ତାହିଦ, ସେଖ ମୁଜାଫର ଓ ଗୁଲଅଫସା ପରବିନଙ୍କୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details