ଓଡିଶା

odisha

By

Published : Jul 30, 2022, 7:34 AM IST

ETV Bharat / state

Rashtrapatni Row: ଅଧିର ରଞ୍ଜନ ଓ ସୋନିଆଙ୍କ କୁଶ ପୁତ୍ତଳିକା ଦାହ କଲା BJP

ଲୋକସଭା ସାଂସଦ ଅଧିର ରଞ୍ଜନ ଚୌଧୁରୀ ଯେଉଁ ଭଳି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ ତାହାକୁ ନେଇ ରାଇରଙ୍ଗପୁର ବିଜେପି ତୀବ୍ର ନିନ୍ଦା କରିଛି । ଅଧିକ ପଢନ୍ତୁ

ଅଧିର ରଞ୍ଜନ ଚୌଧୁରୀ ଓ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ରାଇରଙ୍ଗପୁର ବିଜେପି
ଅଧିର ରଞ୍ଜନ ଚୌଧୁରୀ ଓ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ରାଇରଙ୍ଗପୁର ବିଜେପି

ରାଇରଙ୍ଗପୁର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଓ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କଲା ରାଇରଙ୍ଗପୁର ବିଜେପି । ଲୋକସଭା ସାଂସଦ ଅଧିର ରଞ୍ଜନ ଚୌଧୁରୀ ଯେଉଁଭଳି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ ତାହାକୁ ନେଇ ରାଇରଙ୍ଗପୁର ବିଜେପି ତୀବ୍ର ନିନ୍ଦା କରିଛି ।

ଅଧିର ରଞ୍ଜନ ଚୌଧୁରୀ ଓ ସୋନିଆ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା ରାଇରଙ୍ଗପୁର ବିଜେପି

ଏନେଇ ଶୁକ୍ରବାର ରାଇରଙ୍ଗପୁର ସହରର ଦୁର୍ଗାମଣ୍ଡପ ଛକଠାରେ ରାଇରଙ୍ଗପୁର ବିଜେପିର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ଅଧିର ରଞ୍ଜନ ଚୌଧୁରୀ ଓ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହା ସହିତ ଉଭୟଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ତେବେ ରାଷ୍ଟ୍ରପତିଙ୍କ ବିଷୟରେ ଏପରି ଅପଶବ୍ଦ ବ୍ୟବହାରରୁ କଂଗ୍ରେସ ଦଳ ଏପରି କାର୍ଯ୍ୟରୁ ନିବୃତ ରହୁ, ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଲଢେଇ ହେବ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଜେପି ନେତା ଇଶାନ ମିଶ୍ର ।


ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details