ଓଡିଶା

odisha

ETV Bharat / state

ମୋରମ ଚାଲାଣ ଘଟଣା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା - BJP protest

ବେତନଟୀ ତହସିଲର ବହୁ ଚର୍ଚ୍ଚିତ ମୋରମ ଚାଲାଣ ଘଟଣାରେ ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସଙ୍କୁ ଗିରଫ ଦାବି କରିଛି ବିଜେପି । ଏନେଇ ଜିଲ୍ଲା ବିଜେପି ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

BJP protest
ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

By

Published : Aug 6, 2020, 7:19 PM IST

ବାରିପଦା: ଦଶ ଦଫା ଦାବିରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛି ବିଜେପି । ଦାବି ଗୁଡିକ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲର ବହୁ ଚର୍ଚ୍ଚିତ ମୋରମ ଚାଲାଣ ଘଟଣାରେ ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ଗିରଫ ଦାବି, ଘଟଣାରେ ଜଡିତ ନକଲି ଉପ ଜିଲ୍ଲାପାଳଙ୍କୁ ଗିରଫ, ଶାସକ ଦଳର ମୋରଡା ବିଜେଡି ବିଧାୟକ ରାଜ କିଶୋର ଦାସଙ୍କର ଭଣଜା ଓ ଭଣଜା ବୋହୁ ଚୋରା ବାଲି ଓ ମୋରମ ଚାଲାଣ କାରବାରରେ ଜଡିତ ଥିଲେ ।

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

ତେଣୁ ବିଧାୟକ ଓ ନକଲି ଉପଜିଲ୍ଲାପାଳଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ଓ ଅନିଶା ଦାସଙ୍କୁ ଗିରଫ କରାଯିବାକୁ ଦାବି ହୋଇଛି । ଜିଲ୍ଲାରେ ସମସ୍ତ ଚୋରା ଖଣି ଓ ଖାଦନକୁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବା ସହ ଜିଲ୍ଲା ବାହାରକୁ ଚୋରାରେ ଚାଲାଣ ହେଉଥିବା ମୋରମ ଓ ବାଲି ବନ୍ଦ କରିବା, ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଂସଦ ଓ ବିଧାୟକଙ୍କୁ ନ ଡାକିବା ଆଦି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ବିଜେପିର ଏହି ଧାରଣାରେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କାନ୍ଦରା ସରେନ, ବଡସାହି ବିଧାୟକ ସନାତନ ବିଜୁଳି, ଉଦଳା ବିଧାୟକ ଭାସ୍କର ମଢେଇ ପ୍ରମୁଖ ସାମିଲ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details