ଓଡିଶା

odisha

By

Published : Nov 6, 2019, 5:24 AM IST

ETV Bharat / state

ସ୍ମିତାରାଣୀ ମୃତ୍ୟୁ ମାମଲା, ମୟୂରଭଞ୍ଜରେ ବିଜେପିର ବିକ୍ଷୋଭ

ସ୍ମିତାରାଣୀ ମୃତ୍ୟୁ ମାମଲାରେ ସାରା ରାଜ୍ୟରେ ବିକ୍ଷୋଭ କରିଛି ବିଜେପି ମହିଳା ମୋର୍ଚ୍ଚା । ମୟୂରଭଞ୍ଜରେ ମଧ୍ୟ ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି ।

ସ୍ମିତାରାଣୀ ମୃତ୍ୟୁ ମାମଲା

ବାରିପଦା: ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଦଳ ପକ୍ଷରୁ ମଙ୍ଗଳବାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ ପାଇଁ କରାଯାଇଛି ।

ସ୍ମିତାରାଣୀ ମୃତ୍ୟୁ ମାମଲା, ମୟୂରଭଞ୍ଜରେ ବିଜେପିର ବିକ୍ଷୋଭ

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ପ୍ରଦାନ ଓ କେନ୍ଦ୍ରାପଡା କ୍ରେଡିଟ୍ କୋପରେଟିଭ ବ୍ୟାଙ୍କର ଯୌନ କେଳେଙ୍କାରୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦଳ ଦାବି କରିଛି । ସେହିପରି କେନ୍ଦ୍ରାପଡା କ୍ରେଡିଟ୍ କୋପରେଟିଭ ବ୍ୟାଙ୍କର ସଭାପତି ତଥା ବିଜେଡି ନେତା ପ୍ରମୋଦ ସାହୁ ତାଙ୍କ ଅଫିସରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଯୌନ ଉତ୍ପୀଡନ କରିବାର ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ପୀଡିତା ବାରମ୍ବାର ନିବେଦନ କଲେ ମଧ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଏହି ଖବର ଆସିବା ପରେ ପୋଲିସ ବହୁ ବିଳମ୍ବରେ ପ୍ରମୋଦ ସାହୁଙ୍କୁ ଗିରଫ କରି କାମ ସାରିଦେଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details