ଓଡିଶା

odisha

ଭାଜପା ନେତାଙ୍କୁ ଆକ୍ରମଣ ଘଟଣା: ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବୈଶିଙ୍ଗା ଥାନା ଘେରାଉ

ବୈଶିଙ୍ଗା ଥାନା ଅସ୍ତପୁରା କୈଳାଶ ଫିସାରୀକୁ ଗୋଚର ଜମିରେ ରାସ୍ତା ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗତ ଜୁନ ୩୦ରେ ବିଜେପି ନେତା ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିଲା। ତେବେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେପି ବୈଶିଙ୍ଗା ଥାନା ଘେରାଉ କରିଛି। ଅଧିକ ପଢନ୍ତୁ...

By

Published : Aug 5, 2021, 10:27 PM IST

Published : Aug 5, 2021, 10:27 PM IST

ଭାଜପା ନେତାଙ୍କୁ ଆକ୍ରମଣ ଘଟଣା: ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବୈଶିଙ୍ଗା ଥାନା ଘେରାଉ
ଭାଜପା ନେତାଙ୍କୁ ଆକ୍ରମଣ ଘଟଣା: ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବୈଶିଙ୍ଗା ଥାନା ଘେରାଉ

ବାରିପଦା: ଜିଲ୍ଲାର ବୈଶିଙ୍ଗା ଥାନା ଅସ୍ତପୁରା କୈଳାଶ ଫିସାରୀକୁ ଗୋଚର ଜମିରେ ରାସ୍ତା ନିର୍ମାଣକୁ ନେଇ ଗତ ଜୁନ ମାସ ୩୦ ତାରିଖରେ ଜଙ୍ଗଲ ସୁରକ୍ଷା କମିଟି ଉପସଭାପତି ତଥା ବରିଷ୍ଠ ବିଜେପି ନେତା ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କୁ କିଛି ଦୁର୍ବୃତ୍ତ ହାଣି ଫେରାର ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ବୈଶିଙ୍ଗା ପୋଲିସ ଗିରଫ କରିଥିବାବେଳେ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଥାନା ଘେରାଉ କରାଯିବା ସହ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭାଜପା ନେତାଙ୍କୁ ଆକ୍ରମଣ ଘଟଣା: ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବୈଶିଙ୍ଗା ଥାନା ଘେରାଉ

ବିଜେପି ଜିଲ୍ଲା ସଭାପତି କାନ୍ଦରା ସରେନଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ହଜାର ହଜାର ବିଜେପି କର୍ମୀ ଥାନା ଘେରାଉରେ ସାମିଲ ଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟି ଭିଭାରତ

ABOUT THE AUTHOR

...view details