ଓଡିଶା

odisha

ETV Bharat / state

ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ: ବିଧାୟକ ନବଚରଣ ମାଝୀ

ରାଇରଙ୍ଗପୁର ଜିଲ୍ଲା ଦାବି ନେଇ ଆଗେଇ ଆସିଛି ରାଇରଙ୍ଗପୁର ଟାଉନ ବିଜେପି । ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ । ଅଧିକ ପଢନ୍ତୁ

By

Published : Nov 19, 2022, 11:44 AM IST

ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ: ରାଇରଙ୍ଗପୁର ବିଧାୟକ
ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ: ରାଇରଙ୍ଗପୁର ବିଧାୟକ

ରାଇରଙ୍ଗପୁର:ପୁଣି ଥରେ ତେଜିଲା ରାଇରଙ୍ଗପୁର ଜିଲ୍ଲା ଦାବି । ଏନେଇ ଆଗେଇ ଆସିଛି ରାଇରଙ୍ଗପୁର ଟାଉନ ବିଜେପି । ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ବିଜେପିର ପୂର୍ଣ୍ଣ ସମର୍ଥନ ରହିଛି । ତେବେ ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋଦ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ଓ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ।

ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ: ରାଇରଙ୍ଗପୁର ବିଧାୟକ

ତେବେ ସୂଚନା ଅନୁଯାୟୀ, ପୂର୍ବରୁ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ବଣିକ ସଂଘ, ମୋଟର ଚାଳକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଦାବି ହୋଇ ଆସୁଥିଲା । କିନ୍ତୁ ୨୦୧୯ ମସିହାରେ କୋରୋନା ସଂକ୍ରମଣ ଓ କଟକଣା କୁ ଦୃଷ୍ଟିରେ ରଖି ଆନ୍ଦୋଳନରେ ଶିଥିଳତା ଆସିଥିଲା । ତେବେ ପୂର୍ବରୁ ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲା ହୋଇଥିବା ବେଳେ ରାଇରଙ୍ଗପୁରର ନିଜସ୍ଵ ପୌର ପରିଷଦ ଓ ରାଇରଙ୍ଗପୁର ଉପଖଣ୍ଡରେ ୭ ଗୋଟି ବ୍ଲକ ରହିଛି । ଏନେଇ ତଥାପି ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ମଧ୍ୟ କାହିଁକି ରାଇରଙ୍ଗପୁର ଜିଲ୍ଲା ଗଠନ ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାଇରଙ୍ଗପୁର ବିଧାୟକ ।

ତେବେ ଗୁରୁବାର ରାଇରଙ୍ଗପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଇରଙ୍ଗପୁର ଜିଲ୍ଲା ଗଠନ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସଂଘ, ସଂଗଠନ ସହିତ ବିଜେଡି, ବିଜେପି, କଂଗ୍ରେସ ଓ JMM ଦଳର ନେତା ମାନେ ଉପସ୍ଥିତ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ସମର୍ଥନ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛି । ଅନ୍ୟପଟେ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଆବଶ୍ୟକ ପଡିଲେ ଜୀବନ ଦେବାକୁ ପଛେଇବେ ନାହିଁ ବୋଲି ପ୍ରକାଶ କରିଛନ୍ତି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details