ଓଡିଶା

odisha

ETV Bharat / state

ଉଦଳା ନିର୍ବାଚନ ମଣ୍ଡଳୀ: ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଉଦଳା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମଢେଇ ଗୁରୁବାର ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ପଟୁଆରରେ ଉଦଳା ସହର ପରିକ୍ରମା କରି ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ।

By

Published : Apr 5, 2019, 4:22 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଉଦଳା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମଢେଇ ଗୁରୁବାର ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ପଟୁଆରରେ ଉଦଳା ସହର ପରିକ୍ରମା କରି ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ।

2009 ନିର୍ବାଚନରେ ବିଜେପି ପକ୍ଷରୁ ଲଢ଼ି ବିଧାୟକ ହୋଇଥିଲେ ଭାସ୍କର। ଗୁରୁବାର ଭୈରବ ଶଙ୍କର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜ ସମର୍ଥକଙ୍କ ସହ ଏକ ବିଶାଳ ରାଲିରେ ସହର ପରିକ୍ରମା କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ଭାସ୍କର ନିଜ ନାମାଙ୍କନ ପତ୍ର ଦାଖଲ ଜରିଆରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେପିରୁ ଭାସ୍କର ମଢେଇ ଲଢ଼ୁଥିବାବେଳେ ବିଜେଡିରୁ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details