ଓଡିଶା

odisha

ETV Bharat / state

ବିଜେଡି ବିରୋଧରେ ତେଜୁଛି ବିବାଦ: ଥାନା ଘେରିଲା ବିଜେପି, କୁଶପୁତ୍ତଳିକା ପୋଡିଲା ଜେଏମଏମ - ବିଜେପି ଓ ଜେଏମଏମ କର୍ମୀମାନଙ୍କୁ ବିଜେଡି କର୍ମୀଙ୍କ ମାଡ ଘଟଣା

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ବେଳେ ବିଜେପି ଓ ଜେଏମଏମ କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀଙ୍କ ମାଡ ଘଟଣା । ଏହାର ପ୍ରତିବାଦ କରି ବିଜେପି ଥାନା ଘେରାଉ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ଜେଏମଏମ । ଅଧିକ ପଢନ୍ତୁ...

ବିଜେପି ଓ ଜେଏମଏମ କର୍ମୀମାନଙ୍କୁ ବିଜେଡି କର୍ମୀଙ୍କ ମାଡ ଘଟଣାରେ ପ୍ରତିବାଦ
ବିଜେପି ଓ ଜେଏମଏମ କର୍ମୀମାନଙ୍କୁ ବିଜେଡି କର୍ମୀଙ୍କ ମାଡ ଘଟଣାରେ ପ୍ରତିବାଦ

By

Published : Oct 23, 2021, 12:18 PM IST

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ବେଳେ ବିଜେପି ଓ ଜେଏମଏମ କର୍ମୀଙ୍କୁ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀଙ୍କ ମାଡ ଘଟଣା । ଏହାର ପ୍ରତିବାଦ କରି ବିଜେପି ଥାନା ଘେରାଉ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ଜେଏମଏମ ।

ବିଜେପି ଓ ଜେଏମଏମ କର୍ମୀମାନଙ୍କୁ ବିଜେଡି କର୍ମୀଙ୍କ ମାଡ ଘଟଣାରେ ପ୍ରତିବାଦ

ସୂଚନାମୁତାବକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତକୁ ବିରୋଧ କରି ଉଭୟ ବିଜେପି ଓ ଜେଏମଏମ କର୍ମୀମାନେ ହେଲିପ୍ୟାଡ଼ ନିକଟରେ କଳା ପତାକା ପ୍ରଦର୍ଶନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ବେଳେ ଉଭୟ ବିଜେପି ଓ ଜେଏମଏମ କର୍ମୀମାନଙ୍କୁ ବିଜେଡି କର୍ମୀମାନେ ମାଡ ମାରିଥିଲେ। ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାପରେ ଉଭୟ ଦଳର ୭ ରୁ ଉର୍ଦ୍ଧ୍ବ କର୍ମୀ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ବିଜେପି ପକ୍ଷରୁ ଥାନାରେ ୬ ଜଣ ବିଜେଡି କର୍ମୀଙ୍କ ନାମରେ ଏତଲା ଦିଆଯାଇଛି। ଏହାସହ ବିଜେଡି କର୍ମୀମାନଙ୍କୁ ଗିରଫ ଓ ପୋଲିସର ସ୍ଥାଣୁତା ବିରୋଧରେ ବିଜେପି ପକ୍ଷରୁ ବାରିପଦା ଟାଉନ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା ।

ଏପଟେ ଜେଏମଏମ ପକ୍ଷରୁ ବାରିପଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଅନ୍ୟପକ୍ଷରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନି ସୋରେନଙ୍କୁ ପୋଲିସ ଅଟକ ରଖିବାକୁ ମଧ୍ୟ ନିନ୍ଦା କରିଛି ଜେଏମଏମ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details