ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ଗସ୍ତକୁ ବିରୋଧ ବେଳେ ବିଜେପି-ଜେଏମ୍ଏମ୍ କର୍ମୀଙ୍କୁ ମାଡ, ୭ ଆହତ - baripada

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତକୁ ବିରୋଧ ବେଳେ ବିଜେପି ଓ ଜେଏମଏମ କର୍ମୀଙ୍କୁ ବିଜେଡି କର୍ମୀଙ୍କ ମାଡ। ୫ ରୁ ଉର୍ଦ୍ଧ୍ବ ଗୁରୁତର ପିଆରଏମ୍ ମେଡ଼ିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

bjp and jmm workers injured during cm visit in baripada
ମୁଖ୍ୟମନ୍ତ୍ରୀ ଗସ୍ତ ବିରୋଧ ପ୍ରଦର୍ଶନ ବେଳେ ଆକ୍ରମଣର ଶିକାର ହେଲେ ବିଜେପି ଓ ଜେଏମ୍ଏମ୍ କର୍ମୀ

By

Published : Oct 22, 2021, 5:47 PM IST

Updated : Oct 22, 2021, 7:26 PM IST

ବାରିପଦା:ମୁଖ୍ୟମନ୍ତ୍ରୀ ନବୀନଙ୍କ ବାରିପଦା ଗସ୍ତକୁ ବିରୋଧ କଲେ ବିଜେପି ଓ ଜେଏମଏମ। ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ ବିରୋଧ ପ୍ରଦର୍ଶନ କରି ବିଜେପି ମହିଳା ଓ ଯୁବ ମୋର୍ଚ୍ଚା ଏବଂ ଜେଏମଏମ କର୍ମୀଙ୍କୁ ପୋଲିସ ସମ୍ମୁଖରେ ବିଜେଡ଼ି କର୍ମୀ ମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବାରିପଦା ଛଉ ପଡିଆ ନିକଟ ରୋଟାରୀ କ୍ଲବ ନିକଟରେ ବିଜେପି କର୍ମୀମାନେ ବ୍ୟାରିକେଡ଼ ଡେଇଁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପାଇଁ ଯାଉଥିବା ସମୟରେ ପୋଲିସ ଉପସ୍ଥିତରେ ବିଜେଡି କର୍ମୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଜେଏମଏମ୍ କର୍ମୀମାନଙ୍କୁ ମଧ୍ୟ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ ମାଡ ମାରିଛନ୍ତି। ଏହି ଆକ୍ରମଣରେ ଉଭୟ ବିଜେପି ଓ ଜେଏମଏମର ୭ ଜଣ କର୍ମୀ ଗୁରୁତର ହୋଇଛନ୍ତି। ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ସୁରଜ ସୂର୍ଯ୍ୟବଂଶୀଙ୍କ ସହିତ ଜିଲ୍ଲା ଯୁବ ମୋର୍ଚ୍ଚାର ୪ ଜଣ ଥିବାବେଳେ ମହିଳା ମୋର୍ଚ୍ଚାର ଜଣେ ଆହତ ହୋଇଛନ୍ତି। ଜେଏମଏମର ଦୁଇ ଜଣ କର୍ମୀ ଆହତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଗସ୍ତ ବିରୋଧ ପ୍ରଦର୍ଶନ ବେଳେ ଆକ୍ରମଣର ଶିକାର ହେଲେ ବିଜେପି ଓ ଜେଏମ୍ଏମ୍ କର୍ମୀ

ତେବେ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ ରକ୍ତମୁଖା ହୋଇ ଉଭୟ ବିଜେପି ଓ ଜେଏମଏମ କର୍ମୀମାନଙ୍କୁ ଆକ୍ରମଣ କରିଥିଲେ । ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ ପୋଲିସ ଓ ପ୍ରଶାସନକୁ ଦାୟୀ କରି କହିଛନ୍ତି ମମିତାକୁ ରାଜ୍ୟ ସରକାର ନ୍ୟାୟ ଦାବିରେ ବିଫଳ ହୋଇଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ଘଣ୍ଟ ଘୋଡାଉଛନ୍ତି। ବିଜେପି ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବ ବୋଲି କହିଛନ୍ତି ରାଜ୍ୟ ସମ୍ପାଦିକା। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୧୦୦ ରୁ ଉର୍ଦ୍ଧ୍ବ ବିଜେପି, ଜେଏମଏମ୍ , କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବାରିପଦାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ପାଇଁ ସୁରକ୍ଷା ଦାୟିତ୍ଵରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଇନଶୃଙ୍ଖଳା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଲାଗି ମୟୂରଭଞ୍ଜ ଏସପି, ୩ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୫ ଡିଏସପି, ୮ ଇନ୍ସପେକ୍ଟର, ୬୫ ଏସଆଇ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ସେହିପରି ୧୩୨ ଜଣ ହୋମଗାର୍ଡ ମଧ୍ୟ ମୁତୟନ ହୋଇଥିଲେ । ଏତେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ଵେ ବିଜେପି ଓ ଜେଏମଏମ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ହ୍ୟାଲିପ୍ୟାଡ ନିକଟରେ ଲାୟନ୍ସ କ୍ଲବ ନିକଟରେ କଳା ପତାକା ପ୍ରଦର୍ଶନ କରିଥିଲେ। କଳା ପତାକା ପ୍ରଦର୍ଶନ ସମୟରେ ବିଜେପି ଓ ଜେଏମଏମ କର୍ମୀମାନଙ୍କୁ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ ମାଡ଼ ମାରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Last Updated : Oct 22, 2021, 7:26 PM IST

ABOUT THE AUTHOR

...view details