ଓଡିଶା

odisha

ETV Bharat / state

ବିଜେଡ଼ି ଷ୍ଟାର ପ୍ରଚାରକଙ୍କ ନିର୍ବାଚନୀ ପ୍ରଚାର

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ଓ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି । ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ ହାତେଇବା ପାଇଁ ବିଜେଡ଼ି ତରଫରୁ ଏକ ବିଶାଳ ରୋଡ଼ ଶୋ ରାଇରଙ୍ଗପୁରରେ ଆୟୋଜନ କରାଯାଇଥିଲା ।

By

Published : Apr 24, 2019, 10:59 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ଓ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଷ୍ଟାର ପ୍ରଚାରକ ଭାବେ ବିଜେଡ଼ିର ରାଜ୍ୟ ସଭାପତି ସଂଖ୍ୟାଲଘୁ ସେଲ୍ ତଥା ଓଲିଉଡ ଷ୍ଟାର ମୁନ୍ନା ଖାଁ ଓ ଓଡ଼ିଆ ଅଭିନେତ୍ରୀ ନମ୍ରତା ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ ହାତେଇବା ପାଇଁ ବିଜେଡ଼ି ତରଫରୁ ଏକ ବିଶାଳ ରୋଡ଼ ଶୋ'ର ଆୟୋଜନ କରାଯାଇଥିଲା । ବିଜେଡିର ଜିଲ୍ଲା ସଭାପତି ସଂଖ୍ୟାଲଘୁ ସେଲର ସେକ୍ ସାମିମ୍ଙ୍କ ନେତୃତ୍ବରେ ମୁନ୍ନା ଖାଁ ଓ ନମ୍ରତା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଭାଲୁବାସା, ନାଗଭଣ, ଠାକୁରାଣୀବେଡା ଓ ଦୁନ୍ଦୁ ଗ୍ରାମକୁ ଯାଇ ନିର୍ବାଚନୀ ପ୍ରଚାର କରିଥିଲେ ।

ଅନ୍ୟପଟେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ବାସନ୍ତୀ ମାରାଣ୍ଡି ଓ ଲୋକସଭା ସାଂସଦ ପ୍ରାର୍ଥୀ ଦେବାଶିଷ ମାରାଣ୍ଡିଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଥିଲା । ତେବେ ଦେଖିବାକୁ ବାକି ରହିଲା ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ କେତେ ପରିମାଣରେ ହାତେଇ ପାରୁଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details