ଓଡିଶା

odisha

By

Published : Jun 28, 2020, 2:34 PM IST

ETV Bharat / state

ଦଳୀୟ କର୍ମୀଙ୍କ ସହ ମୟୂରଭଞ୍ଜରେ ଜନ୍ମଦିନ ପାଳିଲେ ବବି ଦାସ

ଜନ୍ମ ମାଟି ଛାଡ଼ି କର୍ମ ଭୂମିରେ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳିଲେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ବିଜେଡି ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ

ଦଳୀୟ କର୍ମୀଙ୍କ ସହ ମୟୂରଭଞ୍ଜରେ ଜନ୍ମଦିନ ପାଳିଲେ ବବି
ଦଳୀୟ କର୍ମୀଙ୍କ ସହ ମୟୂରଭଞ୍ଜରେ ଜନ୍ମଦିନ ପାଳିଲେ ବବି

ବାରିପଦା: ଜନ୍ମଦିନ ପାଳିଲେ ବିଜେଡି ସାଂଗଠିନକ ମୁଖ୍ୟ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଜନ୍ମମାଟି ଛାଡି ମୟୂରଭଞ୍ଜ ଜିଲ୍ଲାରେ ନିରାଡମ୍ବର ଭାବେ ଜନ୍ମଦିନକୁ ପାଳିଛନ୍ତି । ଦଳୀୟ ସଙ୍ଗଠନର ସଦୃଢ ପାଇଁ ସେ ଏବେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି ।

ଦଳୀୟ କର୍ମୀଙ୍କ ସହ ମୟୂରଭଞ୍ଜରେ ଜନ୍ମଦିନ ପାଳିଲେ ବବି ଦାସ

ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦଳୀୟ କର୍ମୀଙ୍କ ସହ ବାରିପଦା ସର୍କିଟ ହାଉସରେ ଏହି ଉତ୍ସବକୁ ମନାଇଛନ୍ତି । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡି ନେତା ଦେବାଶିଷ ମାର୍ଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ଉପସ୍ଥିତ ରହିବା ସହ ଶୁଭେଚ୍ଛା ଦଣାଇଥିଲେ । ଜନ୍ମଦିନ ଅବସରରେ ସେ ବାରିପଦା ରଘୁନାଥପୁର ରେ ଥିବା ହରିହର ମନ୍ଦିର ଯାଇ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details