ଓଡିଶା

odisha

ETV Bharat / state

ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି - ରାଇରଙ୍ଗପୁରରେ ବିଜେଡିର ବାଜିିମାତ

ରାଇରଙ୍ଗପୁରରେ ବିଜେଡି ବିପୁଳ ବିଜୟ ହାସଲ କରିଛି । ରାଇରଙ୍ଗପୁର ପୌର ପରିଷଦର ୧୧ଟି ୱାର୍ଡ଼ରେ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୪ଟି ୱାର୍ଡରେ ବିଜେପି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ

ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି
ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

By

Published : Mar 26, 2022, 12:19 PM IST

ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ରାଇରଙ୍ଗପୁର ପୋୖର ପରିଷଦକୁ ପ୍ରଥମ ଥର ଦଖଲ କଲା ବିଜେଡି। ରାଇରଙ୍ଗପୁର ପୌର ପରିଷଦର ୧୧ଟି ୱାର୍ଡ଼ରେ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୪ଟି ୱାର୍ଡରେ ବିଜେପି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକ ୭୦୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ନବୀନ ରାମ ୫୮୭୭ ଖଣ୍ଡ, କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଭଜହରି ମହାନ୍ତ ୨୧୫ ଓ ଜେଏମଏମ ଅଧ୍ୟକ୍ଷ ପ୍ରାର୍ଥୀନୀ ସାରଥି ମୁର୍ମୁ ୧୬୩ ଖଣ୍ଡ ଭୋଟ ପାଇଛନ୍ତି।

ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକ ୧୧୪୮ଟି ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ସେହିପରି ୧୧ଟି ୱାର୍ଡରେ ଯଥା ୧ ନମ୍ବର, ୨ନମ୍ବର, ୩ନମ୍ବର, ୪ନମ୍ବର, ୭ନମ୍ବର, ୮ନମ୍ବର, ୧୧ନମ୍ବର, ୧୨ନମ୍ବର, ୧୩ନମ୍ବର, ୧୪ନମ୍ବର ଓ ୧୫ନମ୍ବର ୱାର୍ଡ଼ରେ ବିଜେଡ଼ି କାଉନସିଲର ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ ୪ଟି ୱାର୍ଡ ଯଥା ୫ନମ୍ବର, ୬ନମ୍ବର, ୯ନମ୍ବର ଓ ୧୦ନମ୍ବର ୱାର୍ଡ଼ରେରେ ବିଜେପି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ବିଜେଡି ବିଜୟ ହେବା ପରେ ରାଇରଙ୍ଗପୁର ବିଜେଡି ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ପୂର୍ବରୁ କଂଗ୍ରେସ ଓ ୨୫ବର୍ଷ ଧରି ବିଜେପି ଦଖଲରେ ରହି ଆସିଥିବା ରାଇରଙ୍ଗପୁର ପୋୖର ପରିଷଦରେ ପ୍ରଥମ କରି ବିଜେଡିର ବିଜୟ ବାନା ଉଡିଥିବା ବେଳେ ରାଇରଙ୍ଗପୁରରେ ଚାଲିଛି ଜୋରଦାର ସେଲିବ୍ରେସନ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details