ବାରିପଦା: ଚିଲିକା ବ୍ରହ୍ମଗିରି ପରେ ମୟୂରଭଞ୍ଜରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଆରମ୍ଭ ହୋଇଛି ଏହି ବାର୍ଷିକ ଗଣନା (Bird counting starts Mayurbhanj) । ଶିମିଳିପାଳ ସଂଲଗ୍ନ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ୩ଟି ବନଖଣ୍ଡର ଆଦ୍ର ଭୂମିରେ ଗଣନା କରୁଛି ଟିମ ।
ଶୀତ ଋତୁରେ ଅଧିକ ଥଣ୍ଡା କାରଣରୁ ଜଳାଶୟ ଉପରେ ନିର୍ଭରଶୀଳ ପ୍ରଜାତିର ପକ୍ଷୀମାନେ ପ୍ରତିବର୍ଷ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି । ସୁଦୂର ସାଇବେରିଆରୁ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ମୟୂରଭଞ୍ଜକୁ ଖାଦ୍ୟ ଅନ୍ବେଶଣରେ ଉଡି ଆସିଥାନ୍ତି ଅନେକ ପକ୍ଷୀ । ବିଦେଶରୁ ଆସୁଥିବା ଏହି ପକ୍ଷୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପ୍ରଜାତିର ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ।