ଓଡିଶା

odisha

ETV Bharat / state

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ଅଭିଯୋଗ କଲା ବିଜେଡି - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କଲା ବିଜେଡି

ବାରିପଦାରେ ଦିଶା ବୈଠକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁଙ୍କ ଅସମ୍ମାନ ଅଭିଯୋଗ କରି ବିଜେଡି ପକ୍ଷରୁ ପ୍ରୟାସ ହଲ ସମ୍ମୁଖରେ ବିଜେପି ନେତାଙ୍କ ଗାଡି ଅଟକ ରଖିବା ସହ ଧାରଣାରେ ବସିଛନ୍ତି। ଅଧିକ ପଢନ୍ତୁ...

Biju Patnaik is accused of disrespect
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କଲା ବିଜେଡି

By

Published : Jan 12, 2021, 8:23 PM IST

ବାରିପଦା: ବାରିପଦା ପ୍ରୟାସ ହଲରେ ଆଜି(ମଙ୍ଗଳବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଜନା ପ୍ରସ୍ତୁତି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ଦିଶା ବୈଠକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁଙ୍କ ଅସମ୍ମାନ ଅଭିଯୋଗ କରି ବିଜେଡି ପକ୍ଷରୁ ପ୍ରୟାସ ହଲ ସମ୍ମୁଖରେ ବିଜେପି ନେତାଙ୍କ ଗାଡି ଅଟକ ରଖିବା ସହ ଧାରଣାରେ ବସିଛନ୍ତି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କଲା ବିଜେଡି

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାରିପଦା ପ୍ରୟାସ ହୋଲରେ ଚଳିତ ବର୍ଷ ଜିଲ୍ଲା ଯୋଜନା ପ୍ରସ୍ତୁତି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ତେବେ ଏହି ବୈଠକରେ ଉଭୟ ବିଜେଡି ଓ ବିଜେପି ନେତୃବୃନ୍ଦର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାର ବାହା ବାହା ନେବା ସହିତ ଯୋଜନାରେ ଲାଗୁଥିବା ଲୋଗରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଫୋଟ ବଡ ଆକାରରେ ରହୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଛୋଟ ଆକାର ରେ ରହୁଥିବା ଦର୍ଶାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ ଅସମ୍ମାନୀତ କରିଥିବା ଅଭିଯୋଗ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ।

ଏହାପରେ ବିଜେଡି ସାଂସଦ ମମତା ମହାନ୍ତ ବୈଠକକୁ ବୟକଟ କରିବା ସହ ପ୍ରୟାସ ହଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ସୁଜାତା ମୂର୍ମୁ କ୍ଷମା ପ୍ରାର୍ଥନା କରନ୍ତୁ ଓ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି। ସୁଜାତା ମୁର୍ମୁ ଓ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ଵର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ବିଜେପିର ଅନ୍ୟ ବିଧାୟକ ମାନଙ୍କ ଗାଡିକୁ ଅଟକାଇବା ସହ ଗାଡି ସମ୍ମୁଖରେ ବିଜେଡି କର୍ମୀ ମାନେ ଶୋଇ ରହିଥିଲେ।

ବିଜେଡି କର୍ମୀମାନେ ଦୀର୍ଘସମୟ ଧରି ଗାଡି ଗୁଡିକ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ବିଜୁ ପଟ୍ଟନାୟକଙ୍କୁ ସେ ଅସମ୍ମାନ କରି ନ ଥିବା କହିଛନ୍ତି । ଅନ୍ୟପଟେ ଧୀରେ ଧୀରେ ଏହି ବିକ୍ଷୋଭ ତୀବ୍ରତର ହେବା ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉକ୍ତ ବିକ୍ଷୋଭରେ ଯୋଗ ଦେବା ସହିତ ଦଳୀୟ କର୍ମୀଙ୍କ ସହିତ ଧାରଣା ପ୍ରଦାନ କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details