ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପାଳନ ହେଲା ବିଜୁ ଜୟନ୍ତୀ ଓ ପଞ୍ଚାୟତରାଜ ଦିବସ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀ ବାରମାଇଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମଜୟନ୍ତୀ ଓ ପଞ୍ଚାୟତ ରାଜ ଦିବସ ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି।
ବାରମାଇଲରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସହ ପଞ୍ଚାୟତରାଜ ଦିବସ ପାଳିତ
ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀ ବାରମାଇଲ ଠାରେ ବିଜୁ ବାବୁଙ୍କ ୧୦୫ତମ ଜନ୍ମଜୟନ୍ତୀ ଓ ପଞ୍ଚାୟତ ରାଜ ଦିବସ ପାଳିତ। ଅଧିକ ପଢନ୍ତୁ...
ବିଜୁ ଜନତା ପକ୍ଷରୁ ମୋରଡ଼ା ବ୍ଲକର ବାର ମାଇଲ ହାଟ ପଡିଆଠାରେ ମୋରଡ଼ା ନିର୍ବାଚନ ମଣ୍ଡଳୀସ୍ତରୀୟ ଏହି କାର୍ଯ୍ୟକ୍ରମରେ ମୋରଡ଼ା, ରାସଗୋବିନ୍ଦପୁର ଓ ଶୁଳିଆପଦା ବ୍ଲକରୁ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ। ବିଧାୟକ ରାଜକିଶୋର ଦାସ ଓ ମଞ୍ଚସିନ ଅତିଥିମାନେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିବା ସହ ବିଜୁ ପଟ୍ଟନାୟକଙ୍କ ଫୋଟରେ ପୁଷ୍ପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୋରଡ଼ା ବିଧାୟକ ରାଜକିଶୋର ଦାଶ, ପୂର୍ବତନ ବିଧାୟକ ଛତିଶ ଧଳ ଓ ଅନ୍ୟାନ୍ୟ ବିଜେଡି ନେତାମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଓଡିଶା ପ୍ରତି ଅବଦାନ ଓ ତାଙ୍କ ବୀରତ୍ବ ଉପରେ ନେତାମାନେ ଆଲୋଚନା କରିଥିଲେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ