ବାରିପଦା: ଉତ୍ତର ଓଡ଼ିଶାର ଅନ୍ୟତମ ମେଳା ଭାବେ ପରିଚିତ ମା’ ଜଗଧାତ୍ରୀ ମେଳା । ବାରିପଦା ଭଞ୍ଜପୁର ମା’ ଜଗଧାତ୍ରୀ ମେଳା ଉଦଘାଟିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ 12 ଦିନିଆ ଜଗଧାତ୍ରୀ ମେଳା ଅନୁଷ୍ଠିତ ହେବ ।
ଉଦଘାଟିତ ହେଲା ଉତ୍ତର ଓଡ଼ିଶାର ସର୍ବବୃହତ୍ତ ଜଗଧାତ୍ରୀ ମେଳା - ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି
ବାରିପଦା ଭଞ୍ଜପୁରରେ ଉଦଘାଟିତ ହୋଇଯାଇଛି ମା’ ଜଗଧାତ୍ରୀ ମେଳା । ଏହି ମେଳାକୁ ଉଦଘାଟନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ।
ଉଦଘାଟିତ ହେଲା ଉତ୍ତର ଓଡ଼ିଶାର ସର୍ବବୃହତ୍ତ ଜଗଧାତ୍ରୀ ମେଳା
ଏହାକୁ ଉଦଘାଟନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଜଗଧାତ୍ରୀ ମେଳାର ଅଧ୍ୟକ୍ଷ ତଥା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପୌରାହିତ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ, ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୂଖ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ମେଳାରେ ମୋଟ ତିନିଶହରୁ ଊର୍ଦ୍ଧ୍ବ ଷ୍ଟଲ ଲାଗିଥିବା ବେଳେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ ମା’ ଜଗଧାତ୍ରୀ ମେଳା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ