ଓଡିଶା

odisha

ETV Bharat / state

ବାଘ ସୁରକ୍ଷା ସଚେତନତା ପାଇଁ ସାଇକେଲ ରାଲି - ଇଣ୍ଡିଆ ଫର ଟାଇଗ' ଏକ ସାଇକେଲ ରାଲି

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଘ୍ର ସଂରକ୍ଷଣ ଓ ଜୈବ ବିବିଧତା ସଂରକ୍ଷଣ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ‘ ଇଣ୍ଡିଆ ଫର ଟାଇଗର' ଏକ ସାଇକେଲ ରାଲି ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

Bicycle rally for tiger safety awareness in mayurbhanj
ବାଘ ସୁରକ୍ଷା ସଚେତନତା ପାଇଁ ସାଇକେଲ ରାଲି

By

Published : Oct 2, 2021, 10:12 PM IST

ବାରିପଦା:କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଘ୍ର ସଂରକ୍ଷଣ ଓ ଜୈବ ବିବିଧତା ସଂରକ୍ଷଣ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ‘ ଇଣ୍ଡିଆ ଫର ଟାଇଗର' ଏକ ସାଇକେଲ ରାଲି କାର୍ଯ୍ୟକ୍ରମ ବାରିପଦାରେ ଅନୁଷ୍ଠିତ ହୋଇଛି।

ବାଘ ସୁରକ୍ଷା ସଚେତନତା ପାଇଁ ସାଇକେଲ ରାଲି

ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବ ପାଳନର ଅଂଶ ବିଶେଷ ଭାବରେ ସେପ୍ଟେମ୍ବର ୨୭ ତାରିଖ ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ ଏ ଇନ୍ଦ୍ରକରଣ ରେଡି ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଛନ୍ତି । ତେଲେଙ୍ଗାନାରୁ ଏହି ରାଲି ବାହାରିଥିବାବେଳେ ଆଜି ଗାନ୍ଧୀ ଜୟନ୍ତୀରେ ବାରିପଦା (ଶିମିଳିପାଳ)ରେ ପହଞ୍ଚିବା ସହ ଉଦ୍‌ଯାପିତ ହୋଇଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହିତ ସାଇକେଲ ରାଲିକୁ ଗାନ୍ଧୀ ଜୟନ୍ତୀ ଅବସରରେ ସହରର ଭଞ୍ଜପୁର ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା ।

ଏହାପରେ ଆରସିସିଏଫ, ଡିଏଫଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉଦଳା ବିଧାୟକ ଓ ମୋରଡ଼ା ବିଧାୟକଙ୍କ ସହ ଅଧିକାରୀଙ୍କୁ ନେଇ ଏକ ବୈଠକ ସହିତ ସଚେତନତା ପାଇଁ ବିଶେଷ କାର୍ଯ୍ୟକ୍ରମ ବାରିପଦା ପ୍ରୟାସ ହଲରେ ଆୟୋଜନ ହୋଇଥିଲା। ଏଥିରେ ଜଙ୍ଗଲ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ମଧ୍ୟ ଜଣାଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details