ଓଡିଶା

odisha

ETV Bharat / state

କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ - ମୟୂରଭଞ୍ଜ ଖବର

କୁଡୁମୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ରାଇରଙ୍ଗପୁର ଠାରେ କୁଡୁମୀ ଭବନର ଶିଳାନ୍ୟାସ ପାଇଁ କରାଗଲା ଭୂମି ପୂଜନ । ଅଧିକ ପଢନ୍ତୁ

କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

By

Published : Dec 22, 2021, 7:28 PM IST

ରାଇରଙ୍ଗପୁର :ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସ୍ବରୂପ ଏକ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୁଡୁମୀ ସମ୍ପ୍ରଦାୟର ଲୋକଙ୍କ ପାଇଁ କୁଡୁମୀ ସାମାଜିକ, ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବୁଧବାର ରାଇରଙ୍ଗପୁର ଠାରେ କୁଡୁମୀ ଭବନର ଶିଳାନ୍ୟାସ ପାଇଁ ଆୟୋଜିତ ଭୂମି ପୂଜନ ଉତ୍ସବରେ ଯୋଗଦେଇ ଶିଳାନ୍ୟାସ କରିଥିଲେ।

କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ତାଙ୍କ ସହିତ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତ, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ଓ ପୂର୍ବତନ ଏସଡିସି ଚେୟାରମ୍ୟାନ ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଲୋକେ ବେଶ ଖୁସିବ୍ୟକ୍ତ କରିଛନ୍ତି । କିଛି ଦିନ ପୂର୍ବରୁ ନବୀନ ପଟ୍ଟନାୟକ ମୟୂରଭଞ୍ଜର କୁଡୁମୀ ଲୋକଙ୍କୁ ଡାକି ସେମାନଙ୍କର ସାମାଜିକ ଶିକ୍ଷା ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବା ପରେ ଏକ କୁଡୁମୀ ଭବନ ପାଇଁ ନିଷ୍ପତ୍ତି ନେଇଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details