ଓଡିଶା

odisha

ETV Bharat / state

ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା - ବହୁଜନ କ୍ରାନ୍ତି ମୋର୍ଚ୍ଚା ଦଳ

ସିଏଏ, ଏନଆରସି ଓ ଏନପିଆର ବିରୋଧରେ ଜାନୁଆରୀ 29 ତାରିଖ ବୁଧବାର ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି।

bharat bandh in mayurbhanj
ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା, ମୟୂରଭଞ୍ଜରେ ଆଂଶିକ ପ୍ରଭାବ

By

Published : Jan 29, 2020, 2:41 PM IST

ବାରିପଦା: ସିଏଏ, ଏନଆରସି ଓ ଏନପିଆର ବିରୋଧରେ ଜାନୁଆରୀ 29 ତାରିଖ ବୁଧବାର ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିବା ପରେ ୧୮ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ବାଭାବିକ ଥିବା ବେଳେ ସହରର ଦୋକାନ ବଜାର, ସରକାରୀ ଅଫିସ, ବ୍ୟାଙ୍କ ସବୁ ଖୋଲା ରହିଛି। ବନ୍ଦ ପ୍ରଭାବଶୂନ୍ୟ ହୋଇପଡିଛି।

ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା, ମୟୂରଭଞ୍ଜରେ ଆଂଶିକ ପ୍ରଭାବ

ବାରିପଦାରେ ବହୁଜନ କ୍ରାନ୍ତି ମୋର୍ଚ୍ଚାର କର୍ମକର୍ତ୍ତା ପିକେଟିଂ କରି ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସେହିପରି ବିକ୍ଷୋଭରତ ବହୁଜନ କ୍ରାନ୍ତି ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜିଲ୍ଲା ସଦର ମହକୁମାକୁ ଛାଡି ଅନ୍ୟ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ।

ଅନ୍ୟପକ୍ଷରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବଣ୍ଟା ଯାଇଥିବା ଲିଫଲେଟରେ ବ୍ରାହ୍ମଣ ବିରୋଧି ମନ୍ତବ୍ୟ ରହିଥିବାରୁ ଏହାକୁ ନେଇ ବାରିପଦା ବ୍ରାହ୍ମଣ ସମାଜ ପକ୍ଷରୁ ବାରିପଦା ଟାଉନ ଥାନାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ନାମରେ ଏତଲା ଦିଆଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details