ବାରିପଦା:ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ଦୀର୍ଘ 10 ଦିନ ଧରି ଲାଗିଛି ନିଆଁ । ମାତ୍ର ବର୍ତ୍ତମାନ ସୁଦ୍ଧା ଜଙ୍ଗଲରୁ ନିଆଁ ଲିଭାଇବାରେ ସରକାର ବିଫଳ ହେବାରୁ କଟାକ୍ଷ କରିଛି ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା । ତୁରନ୍ତ ନିଆଁକୁ ଆୟତ୍ତ କରି ପୂର୍ବ ଗୌରବ ଓ ଗାରିମାକୁ ଫେରାଇ ଆଣିବାକୁ ଦାବି କରିଛି ସଙ୍ଗଠନ ।
'ଶିମିଳିପାଳ ନିଆଁକୁ ତୁରନ୍ତ ଆୟତ୍ତ କର, ନହେଲେ ହରତାଳ ହେବ' - ଭଞ୍ଜସେନା ସଙ୍ଗଠନ ସାମ୍ବାଦିକ ସମ୍ମିଳନୀ
10 ଦିନ ଧରି ଜଳୁଛି ଶିମିଳିପାଳ । ତୁରନ୍ତ ନିଆଁକୁ ଆୟତ୍ତ କରି ପୂର୍ବ ଗୌରବ ଫେରାଇ ଆଣିବାକୁ ଭଞ୍ଜସେନାର ଦାବି । ଅଧିକ ପଢନ୍ତୁ...
ବାରିପଦା ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜସେନା ସଙ୍ଗଠନ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ୱରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଶିମିଳିପାଳ ସୁରକ୍ଷା ଦାୟିତ୍ୱରୁ ନିଲମ୍ବିତ ନ କରାଗଲେ ଆସନ୍ତା ୮ ତାରିଖରେ ୧୮ ନମ୍ବର ଜାତୀୟ ରାଜପଥ ଓ ୪୯ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ହରତାଳ କରାଯିବା ନେଇ ଚେତାବନୀ ଦିଆଯାଇଛି ।
ଆବଶ୍ୟକ ପଡ଼ିଲେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବନ୍ଦ ଡାକରା ଦିଆଯିବ ବୋଲି ସଙ୍ଗଠନ ଚେତାବନୀ ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଅଧକ୍ଷ ସତ୍ୟସ୍ୱରୂପ ଦାଶ, କାର୍ଯ୍ୟକାରୀ ଅଧକ୍ଷ ରାକେଶ ସିଂ, ଉପାଧକ୍ଷ ନିମାଇଁ ତ୍ରିପାଠୀ, ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ସମେତ ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ