ଓଡିଶା

odisha

ETV Bharat / state

ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ଭଞ୍ଜସେନାର ଗଣଧାରଣା - ସ୍ବାସ୍ଥ୍ୟସେବାର ଉନ୍ନତି

ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭଞ୍ଜସେନା ଗଣଧାରଣା ପ୍ରଦର୍ଶନ କରିଛି ।

strike
ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ଭଞ୍ଜସେନାର ଗଣଧାରଣା

By

Published : Jul 29, 2020, 12:46 PM IST

ରାଇରଙ୍ଗପୁର: ଭଞ୍ଜସେନାର ଗଣଧାରଣା ପ୍ରଦର୍ଶନ । ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭଞ୍ଜସେନା ଗଣଧାରଣା ପ୍ରଦର୍ଶନ କରିଛି ।

ମୟୂରଭଞ୍ଜ ଜିଲ୍ଲାର ଜାଗ୍ରତ ପ୍ରହରୀ ଭାବେ ଭଞ୍ଜସେନା ତରଫରୁ ବାମନଘାଟି ଉପଖଣ୍ଡରେ ଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ଦାବି ନେଇ ଗଣଧାରଣା ପ୍ରଦର୍ଶନ କରାଯାଇଛି। ବିଶେଷ କରି ବାମନଘାଟି ଉପଖଣ୍ଡର ମୁଖ୍ୟ ଚିକିତ୍ସାଳୟ ରାଇରଙ୍ଗପୁର ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଘୋଷଣା କରିବା ସହିତ ଉପଖଣ୍ଡର ସମସ୍ତ 7ଟି ବ୍ଲକରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବୀ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା ଦାବି ନେଇ ଭଞ୍ଜସେନା ସ୍ବର ଉତ୍ତୋଳନ କରିଛି।

ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ଭଞ୍ଜସେନାର ଗଣଧାରଣା

ତେବେ ଏନେଇ ମାସେ ପୂର୍ବରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲା ଭଞ୍ଜସେନା। ଭଞ୍ଜସେନାର କର୍ମକର୍ତ୍ତାମାନେ ମାସ୍କ ପିନ୍ଧିବା ସହ ଓ ସାମାଜିକ ଦୂରତା ପାଳନ କରି ଧାରଣାରେ ବସିଛନ୍ତି । ଏପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଭଞ୍ଜସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ଚେତାବନୀ ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details