ଓଡିଶା

odisha

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା

By

Published : Feb 5, 2020, 9:26 PM IST

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଭଞ୍ଜସେନା । ସେନା ପକ୍ଷରୁ ଶତାଧିକ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଅଧିକ ପଢନ୍ତୁ...

bhanjasena protest
ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ସମ୍ମୁଖରେ ଗର୍ଜିଲା ଭଞ୍ଜସେନା

ବାରିପଦା: ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ସମ୍ମୁଖରେ ଗର୍ଜିଲା ଭଞ୍ଜସେନା

ବିଶ୍ବପ୍ରସିଦ୍ଧ ଶିମିଳିପାଳର ସମ୍ପୂର୍ଣ୍ଣ ସୁରକ୍ଷା ସମେତ ଏହାର ଚତୁଃପାର୍ଶ୍ବରେ ଅବହେଳିତ ଅବସ୍ଥାରେ ପଡି ରହିଥିବା ଶତାଧିକ ପର୍ଯ୍ୟଟନ ସ୍ଥଳୀର ବିକାଶ, ରାସଗୋବିନ୍ଦପୁର ଠାରେ ଥିବା ଅମରଦା ଏୟାରଷ୍ଟ୍ରିପର ପୁନଃଉଦ୍ଧାର କରି କାର୍ଯ୍ୟକ୍ଷମ କରିବା, ବାଙ୍ଗିରିପୋଷୀ-ଗୋରୁମହିଷାଣୀ, ବୁଢ଼ାମରା-ଚାକୁଳିଆ, ବାଦାମପାହାଡ଼ କେନ୍ଦୁଝର ରେଳ ସଂଯୋଗୀକରଣ କରିବା ଦାବି ରଖିଛି ଭଞ୍ଜସେନା ।

ଏହାସହ ଜିଲ୍ଲାରେ ବନ୍ଦ ହୋଇପଡ଼ିଥିବା କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ କାଗଜ କଳ ପ୍ରତିଷ୍ଠା, ଜିଲ୍ଲାରେ ଦିନକୁ ଦିନ ବଢୁଥିବା ବେକାରୀ ସମସ୍ୟାର ସମାଧାନ ପାଇଁ ଦାବି କରିଛି ସେନା । ଏସବୁ ଦାବି ନେଇ ବୁଧବାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details