ବାରିପଦା: ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟ ସେବା। ଜିଲ୍ଲାରେ ଖାଲି ପଡ଼ିଛି ସ୍ବାସ୍ଥ୍ୟ ବିଭାଗ ସମେତ ଅନେକ ଡାକ୍ତର ପଦବୀ । ଦୀର୍ଘ ଦିନ ହେବ ଏସବୁ ପଦବୀ ଖାଲି ପଡ଼ିଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ । ତେବେ ଏନେଇ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଭଞ୍ଜସେନା ।
ମୟୂରଭଞ୍ଜରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଭଞ୍ଜସେନାର ଧାରଣା - ମୟୂରଭଞ୍ଜରେ ସ୍ୱାସ୍ଥ୍ୟ ସେବା
ମୟୂରଭଞ୍ଜ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ ଡାକ୍ତରୀ ପଦବୀ ପଦବୀ ପୂରଣ ପାଇଁ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଅଧିକ ପଢନ୍ତୁ...
ମୟୂରଭଞ୍ଜରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଭଞ୍ଜସେନାର ଧାରଣା
ମୟୂରଭଞ୍ଜରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଭଞ୍ଜସେନାର ଧାରଣା
ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ବାସ୍ଥ୍ୟ ସେବାକୁ ସଜାଡ଼ିବା ସହ ଖାଲି ପଡିଥିବା ଡାକ୍ତର ପଦବୀ ଏବଂ ମୟୂରଭଞ୍ଜ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଖାଲି ପଡିଥିବା ଅନ୍ୟ ପଦବୀ ପୂରଣ ପାଇଁ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛନ୍ତି ଭଞ୍ଜସେନା ସଭାପତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ