ରାଇରଙ୍ଗପୁର: ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ସ୍ବର ଉଠାଇଲା ଭଞ୍ଜସେନା। ମୟୂରଭଞ୍ଜ ଜିଲ୍ଲା ବମାନଘାଟି ଉପଖଣ୍ଡରେ ସ୍ବାସ୍ଥ୍ୟ ସେବାର ଉନ୍ନତି ଓ ଖାଲିଥିବା ଡାକ୍ତର ପଦବୀର ପୂରଣ ପାଇଁ ଦାବି ଉଠାଇଛି ଭଞ୍ଜସେନା।
ବୁଧବାର ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସ୍ବାସ୍ଥ୍ୟସେବାରେ ଉନ୍ନତି ଦାବି କଲା ଭଞ୍ଜସେନା ଏହାସହ ଆସନ୍ତା ମାସେ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ସେନା। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ 7 ଟି ବ୍ଲକରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ସହ ଆନୁସଙ୍ଗିକ ବ୍ୟବସ୍ଥା କରିବା ନେଇ ଦାବି ଉଠାଇଛି ଭଞ୍ଜସେନା।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ