ବାରିପଦା:ପରିବେଶ ସଚେତନତା ବାର୍ତ୍ତା ନେଇସାଇକେଲ ଯୋଗେ ଭଦ୍ରକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା । ସମସ୍ତେ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ବୋଲି ଅନୁରୋଧ କରି ୧୭ଶହ କିମିର ଦୁଃସାହସିକ ସାଇକେଲ ଯାତ୍ରାରେ ବାହାରିଛନ୍ତି ଭଦ୍ରକର ଯୁବକ ସଞ୍ଜୟ କୁମାର ପଣ୍ଡା। ତେବେ ସଞ୍ଜୟ ବୁଧବାର ବାରିପଦାରେ ପହଞ୍ଚିବା ପରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ପରିବେଶ ସଚେତନତା ବାର୍ତ୍ତା, ଭଦ୍ରକରୁ ରାଷ୍ଟ୍ରପତି ଭବନ ଅଭିମୁଖେ ସାଇକେଲ ଯାତ୍ରା - ପରିବେଶ ସଚେତନତା ବାର୍ତ୍ତା ନେଇ ସାଇକେଲ ଯାତ୍ରା
ପରିବେଶ ସୁରକ୍ଷା ଚିନ୍ତାରେ ଗଛ ଲଗାଇବାକୁ ଅନୁରୋଧ କରି ସାଇକେଲ ଯୋଗେ ଭଦ୍ରକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଭଦ୍ରକର ସଞ୍ଜୟ କୁମାର ପଣ୍ଡା । ଅଧିକ ପଢନ୍ତୁ
ପରିବେଶ ସଚେତନତା ବାର୍ତ୍ତା ନେଇ ଭଦ୍ରକରୁ ରାଷ୍ଟ୍ରପତି ଭବନ ଅଭିମୁଖେ ସାଇକେଲ ଯାତ୍ରା
ପରିବେଶ ସଚେତନତା ବାର୍ତ୍ତା ନେଇ ଭଦ୍ରକରୁ ରାଷ୍ଟ୍ରପତି ଭବନ ଅଭିମୁଖେ ସାଇକେଲ ଯାତ୍ରା
ସଞ୍ଜୟ ପଣ୍ଡା ପେଶାରେ ଜଣେ ଡ୍ରାଇଭର ହୋଇଥିବା ବେଳେ ଗଛ ଲଗାଇବା ତାଙ୍କର ଏକ ପ୍ରକାର ନିଶା । ରିବେଶ ସୁରକ୍ଷା ଚିନ୍ତାରେ ଗଛ ଲଗାଇବାକୁ ଅନୁରୋଧ କରିବା ସହ ପ୍ରଦୂଷଣ ରୋକିବା ନିମନ୍ତେ ଅନୁରୋଧ କରି ସଞ୍ଜୟ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଆଜି(ବୁଧବାର) ବାରିପଦାରୁ ପୁନଶ୍ଚ ସଞ୍ଜୟ ସାଇକେଲ ଧରି ଦିଲ୍ଲୀ ଅଭିମୁଖେ ବାହାରି ପଡ଼ିଥିଲେ। ତେବେ ସଞ୍ଜୟଙ୍କ ଏହି ପ୍ରୟାସକୁ ବାରିପଦାରେ ପ୍ରଶଂସା କରାଯାଇଛି ।
ଇଟିଭି ଭାରତ, ମୟୂରଭଞ୍ଜ