ବାରିପଦା: ଜଗନ୍ନାଥଙ୍କ ମୁରୁଜରେ ପାଦ ଦେଇ ଅଡ଼ୁଆରେ ସାଂସଦ ଅପରାଜିତା ଷଡଙ୍ଗୀ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଶୁକ୍ରବାର ବାରିପଦା ଭୁଗୁଡାକଟା ଠାରେ ଶ୍ରୀରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାଗ ମୟୂରଭଞ୍ଜ ଜାଗ ତରଫରୁ ଚିପଟ ଅସ୍ତିଆର ମହିଳା ମାନେ ଧାରଣରେ ବସିଥିବା ବେଳେ ସେମାନଙ୍କୁ ଦେଖା କରିବାକୁ ଗାଡିରୁ ଓହ୍ଲାଇ ମହିଳା ମାନଙ୍କ ପାଖକୁ ଯାଇଥିଲେ । ତେବେ କାର୍ତ୍ତିକ ମାସ ପଞ୍ଚୁକ ଚାଲିଥିବାରୁ ମହିଳା ମାନେ ମୁରୁଜରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଚିତ୍ର ଆଙ୍କିଥିବା ବେଳେ ସାଂସଦ ତାହା ମାଡି ଦେଇଥିଲେ ।
ତେବେ ଜାଣିବା ପରେ ମଧ୍ୟ ଜୁହାର ନକରିବାରୁ ମହିଳା ମାନେ ଏବଂ ଜାଗ ମୟୂରଭଞ୍ଜ ଜାଗର କର୍ମକର୍ତ୍ତା ମାନେ କ୍ଷୋଭ ପ୍ରକାଶ କରିଥିଲେ । ସେମାନଙ୍କର ଧର୍ମୀୟ ଭାବନାକୁ ଆଘାତ ଲାଗିଥିବାର ଅଭିଯୋଗ କରିଥିଲେ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ଆଇନ ଉଲ୍ଲଂଘନ କରି ବହୁ ସମର୍ଥକଙ୍କୁ ଧରି ଧାରଣା ସ୍ଥଳକୁ ଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।