ଓଡିଶା

odisha

By

Published : Mar 21, 2021, 11:00 PM IST

ETV Bharat / state

ବାରିପଦା ପୋଲିସକୁ ସଫଳତା, ବନ୍ଧୁକ ସହ ଚାରି ଗିରଫ

ବାରିପଦା ସହର ବସଷ୍ଟାଣ୍ଡ ନିକଟ ଏକ ଘରୋଇ ହୋଟେଲ ରୁମରୁ ବନ୍ଧୁକ ସହ ଚାରି ଜଣକୁ ଗିରଫ କରିଛି ବାରିପଦା ଟାଉନ ପୋଲିସ । ଅଧିକ ପଢନ୍ତୁ...

ବନ୍ଧୁକ ସହ ଚାରି ଜଣ ଯୁବକକୁ ଗିରଫ କଲା ବାରିପଦା ପୋଲିସ
ବନ୍ଧୁକ ସହ ଚାରି ଜଣ ଯୁବକକୁ ଗିରଫ କଲା ବାରିପଦା ପୋଲିସ

ବାରିପଦା : ଦିନକୁ ଦିନ ବାରିପଦାରେ ଅପରାଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ବାରିପଦା ପୋଲିସକୁ ମିଳିଛି ବଡ ସଫଳତା । ବନ୍ଧୁକ ସହ ଚାରି ଜଣ ଯୁବକକୁ ଗିରଫ କରିଛି ବାରିପଦା ପୋଲିସର ସ୍ୱତନ୍ତ୍ର ଟିମ ।

ବନ୍ଧୁକ ସହ ଚାରି ଜଣ ଯୁବକକୁ ଗିରଫ କଲା ବାରିପଦା ପୋଲିସ

ସୂଚନା ଅନୁଯାୟୀ ରବିବାର ଅପରାହ୍ନରେ କୌଣସି ସୂତ୍ରରୁ ଖବର ପାଇ ବସ ଷ୍ଟାଣ୍ଡ ନିକଟସ୍ଥ ହୋଟେଲ ମହାପାତ୍ରରୁ ରୁମ ନୋ ୧୫ ଭିତରେ ଅତର୍କିତ ଭାବେ ଚଢାଉ କରି ଏକ ବନ୍ଧୁକ ସହ ୪ଜଣ ଯୁବକକୁ ବାରିପଦା ଟାଉନ ପୋଲିସ ଗିରଫ କରି ଟାଉନ ଥାନାକୁ ଆଣି ଅଧିକ ପଚରା ଉଚାର ଜାରି ରଖିଛି ।

ବନ୍ଧୁକ ସହ ଚାରି ଜଣ ଯୁବକକୁ ଗିରଫ କଲା ବାରିପଦା ପୋଲିସ

ଅଭିୟୁକ୍ତ ମାନେ ହେଲେ ବ୍ରହ୍ମପୁର ଅଞ୍ଚଳର କେ.ଯୁଧିଷ୍ଠିର ରେଡ୍ଡୀ, ଖୋର୍ଦ୍ଧା ଅଞ୍ଚଳର ତପନ ରଞ୍ଜନ ସାହୁ ଓ ଶୁଭଦୀପ ଶତପଥୀ ଏବଂ କଟକ ଅଞ୍ଚଳର ପ୍ରଦୀପ୍ତ ସାହୁ । ଏନେଇ ବାରିପଦା ଟାଉନ ଥାନାରେ ୨୫୨/୨୧ରେ ମାମଲା ରୁଜ୍ଜୁ ହେବା ସହ ଅଧିକ ତଦନ୍ତ ଜାରି ରହିଛି । ତେବେ କେଉଁ କାରଣ ପାଇଁ ଜିଲ୍ଲା ବାହାରର ଯୁବକ ମାନେ ଆସିଥିଲେ ଏବଂ ଆଗାମୀ ଦିନରେ କେଉଁ କଯ୍ୟ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି ତାହାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details