ଓଡିଶା

odisha

ETV Bharat / state

ବାରିପଦା ଟାଉନ ପୋଲିସକୁ ସଫଳତା, କବ୍ଜାରେ ଲୁଟେରା ଗ୍ୟାଙ୍ଗ

ବାରିପଦା ପୋଲିସକୁ ମିଳିଛି ସଫଳତା । 4 ଜଣ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ବାରିପଦା ପୋଲିସ । ଅଧିକ ପଢନ୍ତୁ

By

Published : Mar 17, 2022, 7:46 AM IST

ବାରିପଦା ଟାଉନ ପୋଲିସକୁ ସଫଳତା, କବ୍ଜାରେ ଲୁଟେରା ଗ୍ୟାଙ୍ଗ
ବାରିପଦା ଟାଉନ ପୋଲିସକୁ ସଫଳତା, କବ୍ଜାରେ ଲୁଟେରା ଗ୍ୟାଙ୍ଗ

ବାରିପଦା:ବାରିପଦା ପୋଲିସକୁ ସଫଳତା । 4ଜଣ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ବାରିପଦା ଟାଉନ ପୋଲିସ । ସେମାନଙ୍କ ଠାରୁ ମାରଣାସ୍ତ୍ର, ଡିକି ଭଙ୍ଗା ଯନ୍ତ୍ର, ନଗଦ ଟଙ୍କା, ମୋବାଇଲ ଫୋନ, ୨ଟି ମଟର ସାଇକେଲ, ମଙ୍ଗଳସୂତ୍ର, ବ୍ରେସଲେଟ, ହାତଘଣ୍ଟା ଇତ୍ୟାଦି ଜବତ କରାଯାଇଛି । ଧରାପଡ଼ିଥିବା ୪ ଲୁଟେରା ସମସ୍ତେ ଯାଜପୁର ଜିଲ୍ଲା ଜଖପୁରା ଥାନା ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେଥି ମଧ୍ୟରେ ୨ଜଣ ନାବାଳକ ଲୁଟେରା ରହିଥିବା ବେଳେ ଗିରଫ ଲୁଟେରା ହେଲେ ତୋଫାନ ପ୍ରଧାନ(୨୨) ଓ ଆୟୁଷ ଶେଖର(୩୦)।

ବାରିପଦା ଟାଉନ ପୋଲିସକୁ ସଫଳତା, କବ୍ଜାରେ ଲୁଟେରା ଗ୍ୟାଙ୍ଗ

ସୂଚନାଅନୁସାରେ, ଗତ ୧୦ତାରିଖ ଦିନ ଲକ୍ଷ୍ମୀମଣୀ ସିଂ ନାମକ ଜଣେ ମହିଳା ବାରିପଦା ତକତପୁର ଷ୍ଟେଟବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟି ଡିକିରେ ରଖି ବାରିପଦା ଟାଉନ ବାଣ୍ଠିଆ ଜଗନ୍ନାଥ ମନ୍ଦିର ନିକଟରେ ଏକ ଦୋକାନରୁ କିଛି ଜିନିଷ କିଣିବାକୁ ପଶିଥିବା ସମୟରେ ଲୁଟେରା ମାନେ ଡିକି ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଦୋକାନୀ ପାଟି କରିବାରୁ ଲୁଟେରା ମାନେ ତୁରନ୍ତ ସେଠାରୁ ଚମ୍ପଟ ମାରିଥିଲେ । ତେବେ ଲକ୍ଷ୍ମୀମଣୀ ଏନେଇ ଥାନାରେ ଅଭିଯୋଗ କରିବା ପରେ, ଟାଉନଥାନା ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି ।

ଏମାନଙ୍କ ନାମରେ ପୁର୍ଵରୁ ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଥିବା ବେଳେ ଅଭିଯୁକ୍ତଙ୍କ ସମ୍ପୃକ୍ତି ରାଜ୍ୟ ବାହାରେ ଥିବାର ଅନୁମାନ କରାଯାଉଛି । ଏନେଇ ବାରିପଦା ଟାଉନଥାନା ରେ ୩୯୨/୫୧୧ /୩୪- IPC ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details