ଓଡିଶା

odisha

ETV Bharat / state

ବର୍ଦ୍ଧିତ ଦରମା ପାଇଁ ଲାଞ୍ଚ ନେବା ଘଟଣା, ଲାଞ୍ଚୁଆ ଆକାଉଣ୍ଟାଣ୍ଟକୁ ୩ ବର୍ଷ କାରାଦଣ୍ଡ - ଲାଞ୍ଚୁଆ ଆକାଉଣ୍ଟାଣ୍ଟକୁ ୩ ବର୍ଷ କାରାଦଣ୍ଡ

ବର୍ଦ୍ଧିତ ଦରମା ପାଇଁ ଲାଞ୍ଚ ନେବା ଘଟଣା । ଲାଞ୍ଚୁଆ ଆକାଉଣ୍ଟାଣ୍ଟକୁ ୩ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ମୟୂରଭଞ୍ଜ ଜିଲ୍ଲାର ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ । ଅଧିକ ପଢନ୍ତୁ

ଲାଞ୍ଚୁଆ ଆକାଉଣ୍ଟାଣ୍ଟ
ଲାଞ୍ଚୁଆ ଆକାଉଣ୍ଟାଣ୍ଟ

By

Published : Apr 1, 2023, 11:39 AM IST

Updated : Apr 1, 2023, 7:40 PM IST

ରାଇରଙ୍ଗପୁର: ୨୦୧୯ ମସିହାରେ ଚାକିରିର ପରିବୃଦ୍ଧି ପାଇଁ ଲାଞ୍ଚ ନେଇଥିବା ମାମଲାରେ ଗତକାଲି(ଶୁକ୍ରବାର) ରାୟ ଶୁଣାଇଛନ୍ତିମୟୂରଭଞ୍ଜ ଜିଲ୍ଲାର ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ । ତେବେ ଲାଞ୍ଚୁଆ ଆକଉଣ୍ଟାଣ୍ଟକୁ ୩ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସ୍ବତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଉକ୍ତ ମାମଲାର ବିଚାର କରି ଲାଞ୍ଚ ନେଇଥିବା ଅଭିଯୁକ୍ତ ମନୋରଞ୍ଜନ ବେହେରାକୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ କାରାଦଣ୍ଡର ଆଦେଶ ପ୍ରଦାନ କରିଛନ୍ତି । ଏହା ସହିତ ୧୫ ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୫ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ଅଭିଯୁକ୍ତ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ମନୋରଞ୍ଜନ ବେହେରା ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ହିଂଜିଲି ୟୁ.ପି. ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମଣ ବିଶାଣ ମୁର୍ମୁଙ୍କ ଚାକିରିର ପରିବୃଦ୍ଧି କରିବା ପାଇଁ ବାଙ୍ଗିରିପୋଷି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମନୋରଞ୍ଜନ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବିଶାଣ ମୁର୍ମୁ ଏତେ ଟଙ୍କା ଦେବାକୁ ଅମଙ୍ଗ ହେବାରୁ ଶେଷରେ ୧୫ ହଜାର ଟଙ୍କାରେ କଥା ଛିଡିଥିଲା । ଏନେଇ ଲକ୍ଷ୍ମଣ ବିଶାଣ ମୁର୍ମୁ ବାରିପଦା ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟରେ ୨୦୧୯ ମସିହା ଜାନୁଆରୀ ୩ ତାରିଖରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପୂରଣ ହେବ ରାଜ୍ୟବାସୀଙ୍କ ସ୍ୱପ୍ନ ! ଟ୍ୱିନ୍ ସିଟିରେ ପ୍ରସ୍ତାବିତ ମେଟ୍ରୋ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ଏହା ମଧ୍ୟ ପଢନ୍ତୁ: Kalia scheme: ଆଜି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା

ଅଭିଯୋଗ ମୁତାବକ ଭିଜିଲାନ୍ସ ସେଲରେ ଏକ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହେବାର ପରଦିନ ପୂର୍ବ ଯୋଜନା ମୁତାବକ ବାଙ୍ଗିରିପୋଷି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆକଉଣ୍ଟାଣ୍ଟ ମନୋରଞ୍ଜନ ବେହେରା ଭିଜିଲାନ୍ସ ପଞ୍ଝାରେ ପଡି ଯାଇଥିଲେ। ଏହାକୁ ନେଇ ୧/୧୯ରେ ଏକ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ଗତକାଲି(ଶୁକ୍ରବାର) ଏହି ମାମଲାର ଶୁଣାଣି ସମୟରେ ସମସ୍ତ ସାକ୍ଷୀ, ବୟାନ ଓ ପ୍ରମାଣ ରିପୋର୍ଟକୁ ଭିତ୍ତି କରି ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟର ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି । ଉକ୍ତ ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସ୍ପେଶାଲ ପିପି ଶାନ୍ତନୁ କୁମାର ଦାସ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Apr 1, 2023, 7:40 PM IST

ABOUT THE AUTHOR

...view details