ଓଡିଶା

odisha

ବାରିପଦା ଆହାର କେନ୍ଦ୍ରର କର୍ମଚାରୀ ଛଟେଇ ପ୍ରତିବାଦରେ ଧାରଣା

ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ବାରିପଦା ଆହାର କେନ୍ଦ୍ରର କର୍ମଚାରୀ। ଆହାର କେନ୍ଦ୍ରରୁ କର୍ମଚାରୀଙ୍କ ଛଟେଇ ପ୍ରତିବାଦରେ ଏହି ଧାରଣା ଦିଆଯାଇଥିଲା। ବାରିପଦା ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଅଧିକ ପଢ଼ନ୍ତୁ...

By

Published : Nov 3, 2020, 10:12 PM IST

Published : Nov 3, 2020, 10:12 PM IST

ବାରିପଦା ଆହାର କେନ୍ଦ୍ରର କର୍ମଚାରୀ ଛୋଟେଇ ପ୍ରତିବାଦରେ ଧାରଣା
ବାରିପଦା ଆହାର କେନ୍ଦ୍ରର କର୍ମଚାରୀ ଛୋଟେଇ ପ୍ରତିବାଦରେ ଧାରଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ବାରିପଦା ଆହାର କେନ୍ଦ୍ରର କର୍ମଚାରୀ। ବାରିପଦା ଆହାର କେନ୍ଦ୍ରରୁ କର୍ମଚାରୀଙ୍କ ଛଟେଇ ପ୍ରତିବାଦରେ ଏହି ଧାରଣା ଦେଇଥିଲେ ଆହାର କେନ୍ଦ୍ର କର୍ମଚାରୀ। ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି କର୍ମଚାରୀ।

ବାରିପଦା ଆହାର କେନ୍ଦ୍ରର କର୍ମଚାରୀ ଛୋଟେଇ ପ୍ରତିବାଦରେ ଧାରଣା

ବାରିପଦା ଆହାର କେନ୍ଦ୍ର ଖୋଲିବା ଦିନଠାରୁ ଏହି କର୍ମଚାରୀମାନେ କାମ କରି ଆସୁଥିଲେ। କରୋନା କଟକଣା ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦାୟିତ୍ବ ସମ୍ପାଦନ କରିଥିଲେ ଏହି କର୍ମଚାରୀ। ସେହି ସମୟରେ ଅଧା ଦରମା ପାଉଥିଲେ କାର୍ଯ୍ୟରେ କୌଣସି ଅବହେଳା କରିନଥିବା କହିଛନ୍ତି କର୍ମଚାରୀ। ତେବେ ଗତ ନଭେମ୍ବର ୧ ତାରିଖରେ ଆହାର କେନ୍ଦ୍ରର ମ୍ୟାନେଜର ସେମାନଙ୍କୁ କାମକୁ ନଆସିବାକୁ କହିଥିଲେ। ଯାହାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ସମସ୍ତ କର୍ମଚାରୀ।

ଏଣିକି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆହାର କେନ୍ଦ୍ର ଦାୟିତ୍ବ ଦିଆଯିବ ବୋଲି ସୂଚନା ମିଳିଛି। ଏବେ ପରିବାର ପେଟ କିଭଳି ପୋଷିବେ ସେନେଇ ଚିନ୍ତାରେ ରହିଛନ୍ତି ସମସ୍ତ କର୍ମଚାରୀ। ଏହାସହ ସେମାନଙ୍କୁ ପୁନଃ ନଯୁକ୍ତି ଦେବାକୁ ଦାବି କରିଛନ୍ତି ସମସ୍ତ କର୍ମଚାରୀ। ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ଦେଇଛନ୍ତି ଆହାର କେନ୍ଦ୍ର କର୍ମଚାରୀ।

ଏନେଇ ଧାରଣାସ୍ଥଳରେ ବାରିପଦା ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଏହାସହ ଆହର କେନ୍ଦ୍ର ମ୍ୟାନେଜର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ବୁଝାଇବା ସହ 7 ଦିନ ମଧ୍ୟରେ ସେମାନଙ୍କ ବକେୟା ଦରମା, ଇପିଏଫ ଏବଂ ଏଫଏସଆଇ ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ଏହାସହ ପୁନଃ ନିଯୁକ୍ତି ପାଇଁ ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରିବାକୁ କହିଥିଲେ। ଏହାପରେ ଆହାର କେନ୍ଦ୍ର କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ABOUT THE AUTHOR

...view details