ଓଡିଶା

odisha

ETV Bharat / state

ବାଲିଘାଟ ଓ ପଥର ଖାଦାନରେ ବାରିପଦା ଏଡିଏମଙ୍କ ଅଚାନକ ଚଢାଉ - baripada latest news

ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଅଚାନକ ବେଆଇନ୍ ଭାବେ ଚାଲୁଥିବା ବାଲିଘାଟ ଓ ପଥର ଖାଦାନ ଉପରେ ଚଢଉ କରି ବାଲି ଓ ପଥର ବୋଝେଇ କେତେକ ଟ୍ରାକ୍ଟରକୁ ଜୋରିମାନା କରିଛନ୍ତି । ଜିଲ୍ଲାର ବାଙ୍ଗିରୀପୋଷି, ବହଳଦା ଓ ତିରିଂ ଅଞ୍ଚଳର ଅଚାନକ ଚଢାଉ କରାଯାଇଥିଲା । ଅଧିକ ପଢନ୍ତୁ...

ବାଲି ଘାଟ ଓ ପଥର ଖାଦାନରେ ବାରିପଦା ଏଡିଏମଙ୍କ ଅଚାନକ ଚଢାଉ
ବାଲି ଘାଟ ଓ ପଥର ଖାଦାନରେ ବାରିପଦା ଏଡିଏମଙ୍କ ଅଚାନକ ଚଢାଉ

By

Published : Sep 5, 2020, 8:44 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଏଡିଏମଙ୍କ ଅଚାନକ ବହଳଦା ଓ ତିରିଂ ଅଞ୍ଚଳ ଗସ୍ତ। ବାଲିଘାଟ ଓ ପଥର ଖାଦାନ ଉପରେ ଚଢାଉ ସହିତ ଜରିମାନା ଆଦାୟ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ବେଆଇନ୍ ଭାବେ ଚାଲୁଥିବା ବାଲିଘାଟ ଓ ପଥର ଖାଦାନ ଉପରେ ଚଢଉ କରି ବାଲି ଓ ପଥର ବୋଝେଇ କେତେକ ଟ୍ରାକ୍ଟରକୁ ଜୋରିମାନା କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରୀପୋଷି, ବହଳଦା ଓ ତିରିଂ ଅଞ୍ଚଳର ବାଲିଘାଟ ଓ ପଥର ଖାଦାନ ମାନଙ୍କରେ ଲିଜ୍ ଅବଧି ଶେଷ ହୋଇଥିବା ପରେ ମଧ୍ୟ ଅନୁମତି ପତ୍ର ନଥାଇ ବେଆଇନ୍ ଭାବେ ରାଜସ୍ବ ଫାଙ୍କି ବାଲି ଓ ପଥର ଚାଲାଣ ଚାଲୁଥିଲା । ଏ ନେଇ କୌଣସି ସୂତ୍ରରୁ ଖବର ପାଇ ବାରିପଦା ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଭାଗ ବିବେକାନନ୍ଦ ସାହୁ ଅଚାନକ ଗସ୍ତ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ।ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ଗସ୍ତକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯାଇଥିଲା। ବହଳଦା ନିକଟସ୍ଥ ଜାମଦା ତହସିଲ ଅଧିନରେ ଥିବା ଖଡଖାଇ ନଦୀର ଦୁନ୍ଦୁ ବିଲିଘାଟରେ ଅଚାନକ ଚଢାଉ କରି ଛାପା ମାରିଥିଲେ ଏବଂ ଲିଜଧାରୀଙ୍କୁ ବାଲି ଚାଲାଣ ପାଇଁ ବିଭାଗ ପକ୍ଷରୁ ଦିଆ ଯାଉଥିବା ଅନୁମତି କାଗଜ ପତ୍ର ଦେଖାଇବାକୁ ତାଗିଦ୍ କରିଥିଲେ । ଲିଜଧାରୀ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ ଫଳରେ ତାଙ୍କୁ 20000 ଟଙ୍କାର ଜରିମାନା କରିଥିଲେ ।

ବାଲି ଘାଟ ଓ ପଥର ଖାଦାନରେ ବାରିପଦା ଏଡିଏମଙ୍କ ଅଚାନକ ଚଢାଉ

ଏହାପରେ ଅପରାହ୍ନ ୫ ଟା ସୁଦ୍ଧା ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଜରିମାନା ଅର୍ଥ ଜମା କରିବାକୁ ଆଦେଶ ଦେଇଥିଲେ ନଚେତ ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଓ୍ବାରେଣ୍ଟ ଜାରି କରାଯିବ ବୋଲି ଚେତାବନୀ ଦେଇଥିଲେ। ଲିଜ୍ ନବୀକରଣ ନହେବା ପର୍ଯ୍ୟନ୍ତ ସୌରାତରୁ ଗୋଟିଏ ହେଲେ ବାଲି ଚାଲାଣ ହୋଇ ପାରିବ ନାହିଁ ବୋଲି ତାଗିଦ୍ କରିଥିଲେ। ଚଢଉ ବେଳେ ଉକ୍ତ ବାଲିଘାଟରୁ ବେଆଇନ ଭାବେ ବାଲି ନେଉଥିବା ୪ ଟି ବାଲି ବୋଝେଇ ଟ୍ରାକ୍ଟର ରୁ ରାଜସ୍ବ ସହିତ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇ ଛାଡି ଦିଆଯାଇଥିଲା। ପରେ ତିରିଂ ଅଞ୍ଚଳକୁ ଗସ୍ତରେ ଯାଇ ୨ ଟି ବେଆଇନ୍ ପଥର ବୋଝେଇ ଟ୍ରାକ୍ଟରରୁ ରାଜସ୍ବ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଥିଲେ।

ତେବେ କୌଣସି ସୌରାତରୁ ଏପରି ବେଆଇନ୍ ଖଣିଜ ସମ୍ପଦ ଉତ୍ତୋଳନ ହେଉଥିଲେ ଲିଜଧାରୀ କିମ୍ବା ଚୋରା ଚଲାଣକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ୍ ଶିକ୍ଷା ଦେବାକୁ ବହଳଦା ତହସିଲଦାର ଙ୍କୁ ମଧ୍ୟ ତାଗିଦ୍ କରିଥିଲେ। ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ସହିତ ବାରିପଦା ଅତିରିକ୍ତ ତହସିଲଦାର ସାଗର ଚନ୍ଦ୍ର ମୁର୍ମୁ ଓ ବାଙ୍ଗ୍ରିପୋଷି ଅତିରିକ୍ତ ତହସିଲଦାର ସାହେବରାମ ବାସ୍କେ ଉପସ୍ଥିତ ରହି ଚଢଉରେ ସହଯୋଗ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ବହଳଦା ଗସ୍ତ ବେଳେ ବହଳଦା ଥାନା ଅଧିକାରୀ ଯୋଗେନ୍ଦ୍ର କୁମାର ମଲ୍ଲିକ ଦଳବଳ ସହିତ ଉପସ୍ଥିତ ରହିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details