ଓଡିଶା

odisha

ବାରିପଦାରେ ଅଟକିଲା ବାଙ୍ଗିରିପୋଷି ଭୁବନେଶ୍ୱର ଟ୍ରେନ

By

Published : Aug 20, 2022, 1:57 PM IST

ବାରିପଦା ରେଳ ଷ୍ଟେସନ ଠାରେ ଗଛ ପଡି ଇଲେକ୍ଟ୍ରିକ ତାର ଛିଣ୍ଡିବାରୁ ଅଟକିଲା ବାଙ୍ଗିରିପୋଷି ଭୁବନେଶ୍ୱର ଟ୍ରେନ୍‌ । ଅଧିକ ପଢନ୍ତୁ

ବାରିପଦାରେ ଅଟକିଲା ବାଙ୍ଗିରିପୋଷି ଭୁବନେଶ୍ୱର ଟ୍ରେନ
ବାରିପଦାରେ ଅଟକିଲା ବାଙ୍ଗିରିପୋଷି ଭୁବନେଶ୍ୱର ଟ୍ରେନ

ବାରିପଦା:ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ରେଳ ଧାରଣାରେ ଗଛ ପଡିବାରୁ ଇଲେକ୍ଟ୍ରିକ ତାର ଛିଣ୍ଡି ଅଟକିଲା ବାଙ୍ଗିରିପୋଷି ଭୁବନେଶ୍ୱର ଟ୍ରେନ(Bangriposi Bhubaneswar train)। ବାରିପଦା ଷ୍ଟେସନଠାରେ ବାଙ୍ଗିରିପୋଷିରୁ ଭୁବନେଶ୍ବର ଆସୁଥିବା ଟ୍ରେନ ଅଟକି ରହିଛି । ବର୍ତ୍ତମାନ ରେଲୱେ ବିଭାଗ ପକ୍ଷରୁ ମରାମତି ଚାଲି ଥିବାବେଳେ, ଟ୍ରେନ ବିଳମ୍ବରେ ଯାତ୍ରା ଆରମ୍ଭ କରିବ ବୋଲି ଜଣାପଡ଼ିଛି ।

ବାରିପଦାରେ ଅଟକିଲା ବାଙ୍ଗିରିପୋଷି ଭୁବନେଶ୍ୱର ଟ୍ରେନ

ଗତକାଲି(ଶୁକ୍ରବାର) ରାତିରେ ବର୍ଷା ପବନ ଯୋଗୁଁ ବାରିପଦା ଷ୍ଟେସନ ଠାରେ ଏକ ଗଛ ପଡିଯିବାରୁ ଇଲେକ୍ଟ୍ରିକ ତାର ଛିଣ୍ଡି ଯାଇଥିଲା । ଫଳରେ ଆଜି ସକାଳୁ ବାଙ୍ଗିରିପୋଷିରୁ ଭୁବନେଶ୍ୱର ଯାଉଥିବା ଟ୍ରେନ ଅଟକି ରହିଥିଲା । ଘଟଣା ସ୍ଥଳରେ ରେଲୱେ ବିଭାଗ ପହଞ୍ଚି ମରାମତି କାର୍ଯ୍ୟ ଜାରି ରଖିଛନ୍ତି । ଟ୍ରେନ ବିଳମ୍ବ ଚାଲିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା ।

ABOUT THE AUTHOR

...view details