ଓଡିଶା

odisha

ETV Bharat / state

ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ପ୍ରଥମେ ଟଣାହେଲା ସୁଭଦ୍ରାଙ୍କ ରଥ - bahudayatra

ମୟୂରଭଞ୍ଜ ବାରିପଦାରେ ଆରମ୍ଭ ହୋଇଛି ଶ୍ରୀଜୀଉ ମାନଙ୍କର ବାହୁଡା ଯାତ୍ରା । ଟାଉନ ଥାନା ପାଖରେ ପହଞ୍ଚିଲା ଦେବୀ ସୁଭଦ୍ରାଙ୍କ ରଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Jul 13, 2019, 9:12 PM IST

ବାରିପଦା: ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି (ଶନିବାର) ଆରମ୍ଭ ହୋଇଛି ଶ୍ରୀଜୀଉ ମାନଙ୍କ ବାହୁଡା ଯାତ୍ରା । ଶୁକ୍ରବାର ମାଉସୀ ମା' ମନ୍ଦିରରୁ ପହଣ୍ଡି ବିଜେ ପରେ ତିନିଠାକୁର ରଥାରୂଢ ହୋଇ ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେଇଥିଲେ । ପରମ୍ପରା ଅନୁଯାୟୀ ଶନିବାର ଦିନ 2 ଟା 30ରୁ ମାଉସୀ ମା' ମନ୍ଦିର ନିକଟରୁ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣି ଭକ୍ତ ମାନେ ଶ୍ରୀହରିବଳଦେଵ ଜୀଉଙ୍କ ମନ୍ଦିର ନିକଟରେ ପହଞ୍ଚାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହାପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ରଥଟଣା କାର୍ଯ୍ୟକ୍ରମ । ହଜାର ହଜାର ମହିଳା ରୁଣ୍ଡ ହୋଇଥିଲେ ରଥଟାଣିବା ପାଇଁ । ଶନିବାର ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣି ଟାଉନ ଥାନା ପାଖରେ ପହଞ୍ଚାଇଛନ୍ତି ।

ଆସନ୍ତାକାଲି(ରିବାବର) ପୁଣି ଥରେ ଅଧାବାଟରେ ଅଟକିଥିବା ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିବା ପରେ ପ୍ରଭୁ ବଳଭଦ୍ରଙ୍କ ରଥ ଟଣାଯିବ । ପୋଲିସ ଓ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଶନିବାର ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details